ଓଡିଶା

୧୨ଜଣ ପୁଲିସ ଅଧିକାରୀଙ୍କ ବଦଳି

ଭୁବନେଶ୍ୱର: ରାଜ୍ୟ ସରକାର ୧୨ଜଣ ପୁଲିସ ଅଧିକାରୀଙ୍କ ବଦଳି କରିଛନ୍ତି। ପଦୋନ୍ନତି ପରେ ଅଧିକାରୀମାନଙ୍କର ବଦଳି କରାଯାଇଛି। ରାଜ୍ୟ ପୁଲିସ ମୁଖ୍ୟାଳୟରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତିରେ ଓପିଏସ୍ କେଦାରନାଥ ସାହୁଙ୍କୁ ଟୁଇନସିଟି କମିଶନରେଟ୍ ପୁଲିସର ଅତିରିକ୍ତ ଡିସିପି ଭାବେ ବଦଳି କରାଯାଇଥିବା ବେଳେ ପ୍ରିୟରଞ୍ଜନ ଶତପଥୀଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଅତିରିକ୍ତ ଏସପି ଭାବେ ବଦଳି କରାଯାଇଛି । ସେହିପରି ତପନ କୁମାର ମହାନ୍ତିଙ୍କୁ ସମ୍ବଲପୁରର ଅତିରିକ୍ତ ଏସପି, ଉମାଶଙ୍କର ମହାରଣାଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଅତିରିକ୍ତ ଏସପି, ହରେଶ ଚନ୍ଦ୍ର ପାଣ୍ଡେଙ୍କୁ କେନ୍ଦ୍ରାପଡ଼ା ଅତିରିକ୍ତ ଏସପି, ଇନ୍ଦ୍ରମଣୀ ବେହେରାଙ୍କୁ କେନ୍ଦ୍ରାପଡ଼ା ଆଇୟୁସିଏଡବ୍ଲ୍ୟୁ ଅତିରିକ୍ତ ଏସପି, ଶିଶୁରଞ୍ଜନ ମହାପାତ୍ରଙ୍କୁ ଢେଙ୍କାନାଳ ଆଇୟୁସିଏଡବ୍ଲ୍ୟୁ ଅତିରିକ୍ତ ଏସପି ଓ ଉଗ୍ରସେନ ପ୍ରଧାନଙ୍କୁ ସୁନ୍ଦରଗଡ଼ ଆଇୟୁସିଏଡବ୍ଲ୍ୟୁ ଅତିରିକ୍ତ ଏସପି ଭାବେ ବଦଳି କରାଯାଇଛି। ଡିଏସପି ପାହ୍ୟାକୁ ପଦୋନ୍ନତି ସହ ରମେଶ କୁମାର ମୁଖୀଙ୍କୁ କେନ୍ଦୁଝର ଆଇୟୁସିଏଡବ୍ଲ୍ୟୁ ଡିଏସପି, ଅନୁପ କୁମାର କାନୁନଗୋଙ୍କୁ ସ୍ପେଶାଲ ବ୍ରାଂଚ ଡିଏସପି ଭାବେ ବଦଳି କରାଯାଇଛି। ସେହିପରି ଭବାନୀ ଶଙ୍କର ଉଦଗାତାଙ୍କୁ ଅନୁଗୋଳ ଏସଡିପିଓ ଏବଂ ଦେବୀଶଙ୍କର ପ୍ରତାପଙ୍କୁ ଚାନ୍ଦବାଲି ଏସଡିପିଓ ଭାବେ ନିଯୁକ୍ତି ଦିଆଯାଇଛି ।

Related posts

ପୁଣି ଜଣେ ଓଡ଼ିଆ ପୁଅଙ୍କୁ ଗୁରୁ ଦାୟିତ୍ୱ, ବ୍ୟାଙ୍କ ଅଫ ବରୋଦାର ଏମଡି ହେବେ ଦେବଦତ୍ତ ଚାନ୍ଦ

mahabharatanews

୧୬ ନମ୍ୱର୍ ଜାତୀୟ ରାଜପଥରେ ଦୁର୍ଘଟଣା , ୧ ମୃତ

mahabharatanews

ଓଡ଼ିଆ ଭାଷା ସାହିତ୍ୟ ସମିତି, ଓଡ଼ିଶାର ଦ୍ଵାଦଶ ସ୍ଵନକ୍ଷତ୍ର ଦିବସ ସମାରୋହ

mahabharatanews