ଖେଳ

ଭାରତର ପ୍ରମୁଖ ଦାବିଦାର ଦୀପିକା

ଟୋକିଓ(ମହାଭାରତ): ବାଜିଲା ଯୁଦ୍ଧର ବିଗୁଲ । ଟୋକିଓରେ ବିଶ୍ୱ ଅଲିମ୍ପିକ୍ସ କ୍ରୀଡାର ଶୁଭାରମ୍ଭ ମାତ୍ର କିଛି ସମୟ ମଧ୍ୟରେ ହେବାକୁ ଯାଉଛି । ଅଲିମ୍ପିକ୍ସରେ ପ୍ରଥମ ଦିନରେ ହିଁ ଭାରତର ଖେଳାଳୀମାନଙ୍କୁ ନିଜ ଜଲୱା ଦେଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିବ । ପ୍ରଥମ ଦିନରେ ହିଁ ଭାରତୀୟ ତୀରନ୍ଦାଜମାନେ ପ୍ରତିଦ୍ୱନ୍ଦିତା ଆରମ୍ଭ କରିବେ । ତେବେ ମହିଳା ରିଜର୍ଭ ବର୍ଗରେ କେବଳ ଦୀପିକା କୁମାରୀ ଯୋଗ୍ୟତା ଅର୍ଜନ କରିଥିବା ବେଳେ ପୁରୁଷ ବର୍ଗରେ ଅତନୁ ଦାସ, ପ୍ରବୀଣ ଯାଦବ ଏବଂ ତରୁଣଦୀପ ରାୟ ମଧ୍ୟ ଅଲିମ୍ପିକ୍ସରେ ନିଜ ସ୍ଥାନ ପକ୍କା କରିଛନ୍ତି । ତେବେ ଦୀପିକା ରାକିଭ୍ଗ ରାଉଣ୍ଡର ଅଷ୍ଟମ ସ୍ଥାନରେ ରହିଛନ୍ତି ।
ରାକିଙ୍ଗ ରାଉଣ୍ଡରେ ଭାରତୀୟ ତୀରନ୍ଦାଜମାନଙ୍କ ସମେତ ମୋଟ ୬୪ ଜଣ ଖେଳାଳୀ ଭାଗ ନେବେ । ପଏଣ୍ଟ ଅନୁଯାୟୀ ମାନ୍ୟତା ପ୍ରଦାନ କରାଯାଇଛି । ସର୍ବନିମ୍ନ ପଏଣ୍ଟ ହାସଲ କରିଥିବା ପ୍ରତିଯୋଗୀ ୬୪ତମ ସ୍ଥାନରେ ରହିବେ । ରାଙ୍କିଙ୍ଗ ରାଉଣ୍ଡ୍ ପରବର୍ତ୍ତୀ ପଦକ ଅଭିଯାନ ପାଇଁ ପଥ ପ୍ରସ୍ତୁତ କରିବ । ୧ନଂ ସ୍ଥାନରେ ରହିଥିବା ପ୍ରତିଦ୍ୱନ୍ଦ୍ୱୀ ପ୍ରଥମ ରାଉଣ୍ଡ୍ରେ ୬୪ତମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ସାମ୍ନା କରିବେ । ସେହିପରି ୨ନଂ ପ୍ରତିଯୋଗୀ ୬୩ନଂ ପ୍ରତିଯୋଗୀଙ୍କୁ ଏବଂ ୩ନଂ ପ୍ରତିଯୋଗୀ ୬୨ନଂ ପ୍ରତିଯୋଗୀଙ୍କୁ ଭେଟିବେ । ୩୨ଜଣ ପ୍ରତିଯୋଗୀ ଦ୍ୱିତୀୟ ରାଉଣ୍ଡରେ, ପ୍ରି-କ୍ୱାର୍ଟରକୁ ୧୬, କ୍ୱାର୍ଟରକୁ ୮, ସେମି ଫାଇନାଲ୍କୁ ୪ ପ୍ରତିଯୋଗୀ ଉନ୍ନୀତ ହେବେ । ତେବେ ଏଥି ନିକୟମନ୍ତେ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିବ ରାକିଙ୍ଗ ରାଉଣ୍ଡ ।

Related posts

ଆଜିଠୁ ଆରମ୍ଭ କବାଡ୍ଡି ଯୁଦ୍ଧ

mahabharatanews

ଏସୀୟ କବାଡ଼ିରେ ଭାରତ ବିଜୟ ଅଭିଯାନ

mahabharatanews

୪୦୦୦ ଟେଷ୍ଟ ରନ ଏବଂ ଅତି କମରେ ୩୦୦ ୱିକେଟ ହାସଲ କରି ଅଲରାଉଣ୍ଡରଙ୍କ ଏକ ଏଲିଟ୍ କ୍ଲବରେ ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା

mahabharatanews