ଓଡିଶା

ପରୀ ମୃତ୍ୟୁ ଘଟଣା: ଅଗଷ୍ଟ ୧୭ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ନୟାଗଡ଼ ପରୀ ମୃତ୍ୟୁ ଘଟଣାରେ ସିବିଆଇ ଓ କେନ୍ଦ୍ର ସରକାର ପକ୍ଷରୁ ଓଡ଼ିଶା ପୁଲିସ ଦ୍ୱାରା ଦାଖଲ ଚାର୍ଜଶିଟର ପୁନଃ ଯାଞ୍ଚ କରାଯିବାକୁ ସୁପ୍ରିମ କୋର୍ଟରେ ଆବେଦନ କରାଯାଇଛି । ମାମଲାରେ ରାଜନୈତିକ ସମ୍ପୃକ୍ତି ସହ ଅଙ୍ଗ ତସ୍କରୀ ପରି ସଂଗୀନ ଅଭିଯୋଗ ମୃତାଙ୍କ ପରିବାର ବର୍ଗ ତଥା ରାଜ୍ୟ ବ।।ସୀ କରିଆସୁଛନ୍ତି । କିନ୍ତୁ ପୁଲିସ ଦ୍ୱାରା ଦାଖଲ ଚାର୍ଜଶିଟରେ ସେପରି କୌଣସି ଉଲ୍ଲେଖ ନାହିଁ । ତେଣୁ ଦାଖଲ ଚାର୍ଜଶିଟର ପୁନଃ ଯାଞ୍ଚ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଗଷ୍ଟ ୧୭ରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ୟ୍ୟ ହୋଇଛି।
ଶୁକ୍ରବାର କେନ୍ଦ୍ର ଓ ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କୋର୍ଟଙ୍କୁ ଜଣାଇଛନ୍ତି କି, ମାମଲାରେ ରାଜନୈତିକ ସମ୍ପୃକ୍ତି ରହିଛି । ଏକ ଛୋଟ ଶିଶୁର ହତ୍ୟା ପୂର୍ବରୁ ଯୌନ ନିର୍ଯାତନା ଦିଆଯାଇଥିବା ପୁଲିସ ଅନୁସନ୍ଧାନରୁ ଜଣାପଡିଥିବା ବେଳେ ତାର ମିଳିଥିବା କଙ୍କାଳକୁ ନେଇ ଅଙ୍ଗ ତସ୍କରୀ ହୋଇଥିବା ପରିବାରବର୍ଗ ତଥା ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ । କିନ୍ତୁ ଏସମ୍ପର୍କରେ ଚାର୍ଜଶିଟରେ କୌଣସି ଉଲ୍ଲେଖ ନାହିଁ । ତେଣୁ ଚାର୍ଜସିଟର ପୁନଃ ଯାଞ୍ଚ କରିବାକୁ ତୁଷାର ମେହେଟ୍ଟା ଦାବି ଜଣାଇଛନ୍ତି । ଏଥିସହ ୨୦୦୫ର ଶୋହରାବୁଦ୍ଦିନ ଓ ତୁଲସିରାମ ମାମଲାକୁ ଉଲ୍ଲେଖ କରି କହିଛନ୍ତି ଏହି ମାମଲାରେ ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।
ଆବେଦନକାରୀଙ୍କ ତରଫରୁ ପକ୍ଷ ରଖି ବରିଷ୍ଠ ଓକିଲ ମହେଶ ଜେଠମାଲାନି କହିଥିଲେ, ଜଣେ ମା’ ତା’ ଛୁଆକୁ ହରାଇ ଏବେ ସେ ନ୍ୟାୟ ଚାହୁଁଛନ୍ତି। ହେଲେ ତଦନ୍ତ ଆବେଦନକୁ ରାଜନୀତିକ ଉଦ୍ଦେଶ୍ୟ କହିବା ଦୁର୍ଭାଗ୍ୟଜନକ। କାରଣ ଓଡ଼ିଶା ସରକାରଙ୍କ ପକ୍ଷରୁ ହାଜର ହୋଇ ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଥିଲେ, ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ। ସିବିଆଇ ଯାଞ୍ଚ ପାଇଁ ଆବେଦନ କରିବା ପଛରେ ରାଜନୀତିକ ଉଦ୍ଦେଶ୍ୟ ରହିଛି।

 

Related posts

ପାଟଣା ବ୍ଲକରେ ପ୍ରଥମ କରୋନା ଆକ୍ରନ୍ତା ଚିହ୍ନଟ

mahabharatanews

ସଟଡାଉନ ସମୟରେ ପୋଲିସ ଉପରକୁ ଢେଲାମାଡ

mahabharatanews

ପର୍ଯ୍ୟଟନ ସମ୍ଭାରର ପ୍ରଚାର ପାଇଁ ଖର୍ଚ୍ଚ ହୋଇଛି ୧୧୭ କୋଟି ଟଙ୍କା

mahabharatanews