ଓଡିଶା

୪ ସେପ୍ଟେଜ୍ ଟ୍ରିଟମେଣ୍ଟ୍ ପ୍ଲାଣ୍ଟର ପରିଚାଳନା କରିବେ ମହିଳା ଏସଏଚଜି

ଭୁବନେଶ୍ୱର: ରାଜ୍ୟ ସରକାର ମହିଳା ଓ ଟ୍ରାନ୍ସଜେଣ୍ଡରଙ୍କ ଦ୍ୱାରା ପରିଚାଳିତ ସ୍ୱୟଂ ସହାୟକ ଗୋଷ୍ଠୀକୁ ଚାରୋଟି ସେପ୍ଟେଜ୍ ଟ୍ରିଟମେଣ୍ଟ୍ ପ୍ଲାଣ୍ଟର ରକ୍ଷଣାବେକ୍ଷଣ ଦାୟିତ୍ୱ ଦେଇଛନ୍ତି। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭିଡିଓ କନଫରେନସିଂ ବୈଠକରେ ସ୍ଥାନୀୟ ସହରାଂଚଳ ସଂସ୍ଥା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ବ୍ରହ୍ମପୁର, ବାରିପଦା ଓ ସମ୍ବଲପୁରର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କଟକସ୍ଥିତ ଟ୍ରାନ୍ସଜେଣ୍ଡର ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି।
ଓଡିଶାରେ ପରିମଳ ସମେତ ସମସ୍ତ ବିକାଶମୂଳକ କାର୍ୟ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ଆଗରେ ଅଛନ୍ତି ଏବଂ ବାରମ୍ବାର ସେମାନଙ୍କର ଦକ୍ଷତା ପ୍ରମାଣ କରିଛନ୍ତି । ରାଜ୍ୟର ବିଭିନ୍ନ ସହରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ଗୋଷ୍ଠୀ ଶୌଚାଳୟଗୁଡିକର ପରିଚାଳନା ଏବଂ ରକ୍ଷଣାବେକ୍ଷଣ କରୁଛନ୍ତି। ଦେଶରେ ସେପ୍ଟେଜ୍ ପରିଚାଳନା କ୍ଷେତ୍ରରେ ଓଡିଶା ଅଗ୍ରଣୀ ରାଜ୍ୟ ବୋଲି ସେ କହିଛନ୍ତି।

Related posts

ଆସନ୍ତାକାଲି ଲଘୁଚାପ କ୍ଷେତ୍ରରେ ପରିଣତ ହେବ ଘୂର୍ଣ୍ଣିବଳୟ

mahabharatanews

ବସରୁ ଦୁଇ ମିନିଟ୍ ପାଇଁ ତଳକୁ ଓହ୍ଲାଇଲେ : ଗାଏବ ହୋଇଗଲା ୧୭ କିଲୋ ରୁପା, ୫ ଲକ୍ଷ ଟଙ୍କା

mahabharatanews

ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣକୁ ନେଇ ଗୋଷ୍ଠି ବିବାଦ

mahabharatanews