ଭୁବନେଶ୍ୱର: କମନ୍ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଏଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଅଗଷ୍ଟ ୨ ତାରିଖ ସକାଳ ୧୧ଟାରୁ ଛାତ୍ରଛାତ୍ରୀମାନେ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିପାରିବେ। ଅଗଷ୍ଟ ୧୪ ଆବେଦନର ଶେଷ ତାରିଖ ରହିଛି । www.samsodisha.gov.inରେ ଅନ୍ଲାଇନ୍ ଆପ୍ଲିକେସନ୍ ଫର୍ମ ଉପଲବ୍ଧ ହେବ।
ଅଗଷ୍ଟ ୨୦ ତାରିଖରୁ ଆଶାୟୀମାନେ ସେମାନଙ୍କ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଅଗଷ୍ଟ ୨୩ରୁ ପରୀକ୍ଷା ଆରମ୍ଭ ହେବ। ଏହା ସେପ୍ଟେମ୍ବର ୩ ତାରିଖ ପର୍ୟ୍ୟନ୍ତ ଚାଲିବ। କେବଳ ସେପ୍ଟେମ୍ବର ୨୭ ଓ ୨୯ ତାରିଖରେ ପରୀକ୍ଷା ହେବ ନାହିଁ। ଅକ୍ଟୋବର ୧୨ ତାରିଖରେ ମେରିଟ୍ ଲିଷ୍ଟ୍ ପ୍ରକାଶ ପାଇବ।
