ଓଡିଶା

କମନ୍ ପିଜି ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: କମନ୍ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଏଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଅଗଷ୍ଟ ୨ ତାରିଖ ସକାଳ ୧୧ଟାରୁ ଛାତ୍ରଛାତ୍ରୀମାନେ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିପାରିବେ। ଅଗଷ୍ଟ ୧୪ ଆବେଦନର ଶେଷ ତାରିଖ ରହିଛି । www.samsodisha.gov.inରେ ଅନ୍ଲାଇନ୍ ଆପ୍ଲିକେସନ୍ ଫର୍ମ ଉପଲବ୍ଧ ହେବ।
ଅଗଷ୍ଟ ୨୦ ତାରିଖରୁ ଆଶାୟୀମାନେ ସେମାନଙ୍କ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଅଗଷ୍ଟ ୨୩ରୁ ପରୀକ୍ଷା ଆରମ୍ଭ ହେବ। ଏହା ସେପ୍ଟେମ୍ବର ୩ ତାରିଖ ପର୍ୟ୍ୟନ୍ତ ଚାଲିବ। କେବଳ ସେପ୍ଟେମ୍ବର ୨୭ ଓ ୨୯ ତାରିଖରେ ପରୀକ୍ଷା ହେବ ନାହିଁ। ଅକ୍ଟୋବର ୧୨ ତାରିଖରେ ମେରିଟ୍ ଲିଷ୍ଟ୍ ପ୍ରକାଶ ପାଇବ।

 

Related posts

ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ମାମଲା ରୁଜୁ

mahabharatanews

ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

mahabharatanews

ଡମ୍ପର ଧକ୍କାରେ ଶ୍ରମିକ ମୃତ

mahabharatanews