ଓଡିଶା

ଅଗଷ୍ଟ ଗାଇଡ ଲାଇନର କଣ ରହିବ ରୂପ ରେଖ

(ଭୁବନେଶ୍ୱର) ; ଆଜି ଅପରାହ୍ନରେ କୋଭିଡ ଗାଇଡଲାଇନ୍ ଘୋଷଣା କରିବେ ଏସ ଆର ସି ପ୍ରଦୀପ ଜେନା । ପୁର୍ବରୁ ଜାରୀ ହୋଇଥିବା କରୋନା କଟକଣା ଆଜି ସରିବାକୁ ଯାଉଥିବା ବେଳେ ଏନେଇ କରିପାରନ୍ତି କିଛି ବଡ଼ ଘୋଷଣା । ରାଜ୍ୟରେ କରୋନା ସଂକ୍ରମଣ ଦୈନିକ ହ୍ରାସ ପାଉଥିଲେ ହେଁ ଖୋର୍ଦ୍ଧ ଏବଂ କଟକରେ ତାହା ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ରହିଛି । ଅମାନିଆ ଲୋକଙ୍କ ପାଇଁ ସଂକ୍ରମିତ ବୃଦ୍ଧିି ପାଇବାରେ ଲାଗୁଛି । ତେବେ ଏହାକୁ ନଜରରେ ରଖି ଅଗଷ୍ଟ ଗାଇଡ ଲାଇନ ଧାର୍ଯ୍ୟ କରା ଯାଇପାରେ । ଜୁଲାଇ ମାସର କରୋନା ଗାଇଡ଼ଲାଇନ୍ ସରୁଥିବା ବେଳେ ଅଗଷ୍ଟ ମାସର କରୋନା ରୁପରେଖା କଣ ରହିବ ସେ ନେଇ ଓଡ଼ିଶାବାସୀଙ୍କୁ ସୁଚନା ଦେବେ । ଆସନ୍ତାକାଲି ଠାରୁ ରାଜ୍ୟରେ କଣ ଖୋଲା ରହିବ ଓ କଣ ବନ୍ଦ ରହିବ ତାହା ଆଜି ଅପରାହ୍ନରେ ଜଣାପଡ଼ିବ ।କିନ୍ତୁ ଅନ୍ୟ ପଟେ ଦେଖିବାକୁ ଗଲେ ଅନେକ ଜିଲ୍ଲା ଏବେ ରେଡ଼୍ ଜୋନ୍ ରୁ ଖସି ଆସି ଗ୍ରୀନ୍ ଜୋନ୍ରେ ଅଛି ଯାହା ସାଧାରଣ ପକ୍ଷେ ଏକ ଭଲ ଖବର । ତେବେ ଏହି ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଭୁତାଣୁ ଅଧିକ ଥିବାରୁ ଅନଲକ୍ ନହୋଇ ପାରେ ବୋଲି ଗତକାଲି ଡ଼ିଏମଇଟି ସିବକେ ମହାନ୍ତି ସୁଚନା ଦେଇଥିଲେ ।

 

Related posts

ରାଜ୍ୟରେ କଳା ବାଘ ସଂଖ୍ୟ ୧୩  

mahabharatanews

ଏପ୍ରିଲ ୨୮ ତାରିଖରୁ +୨ ବୋର୍ଡ ପରୀକ୍ଷା

mahabharatanews

ରାଜ୍ୟରେ ଆଉ ୬୧୬ କରୋନା ପଜିଟିଭ ଚିହ୍ନଟ

mahabharatanews