ଅପରାଧ

ଚୋର ଯାଇଥାନ୍ତା ଘୋଡା ଚଢି ହେଲେ ଗଲା ଜେଲକୁ

(ଆଗ୍ରା) ; ସଂସ୍କୃତରେ ଗୋଟେ କଥା ଅଛି ପ୍ରକୃତି ନୈବ ମୁଚ୍ୟତେ ! ଯଦି ମୁଚ୍ୟତେ କିଞ୍ଚିତ୍ କିଞ୍ଚିତ୍ । ପେଶାଦାର ଚୋର ଖିଛୀଦିନ ପରେ ଯାହାକୁ ବାହା ହୋଇଥାନ୍ତା ତା ଘରୁ ଚୋରୀ କରି ଏବେ ଜେଲରେ । ଯିଏ ପେଶାଦାର ଚୋର ତାର ବୃତିକୁ ବା ସେ କେମିତି ଭୁଲିବ ? ଏମିତିି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି ଅଲ୍ଲିଗଡ ଜିଲ୍ଲାରେ । ସୂଚନା ମୁତାବକ ଆଗ୍ରାର ବରହନ ଥାନା ପୋଲିସ ଅଜୟ ଏବଂ ଶୈଳେନ୍ଦ୍ରକୁ ଗିରଫ କରିଛି। ଦୁଇ ଚୋର ଚଳନ୍ତା ଟ୍ରେନ୍ରୁ ମଧ୍ୟ ଚୋରି କରି ନିଜର କୁଖ୍ୟାତି ବଢ଼ାଇଛନ୍ତି। ଯେଉଁଠୁ ଯାହା ମିଳିଲା ସେମାନେ ତାହା ଚୋରି କରିନିଅନ୍ତି । ପୋଲିସ ସୋମନଙ୍କ ପାଖରୁ ୧୧ଟି ମୋବାଇଲ୍ ଫୋନ୍ ଏବଂ ଗୋଟିଏ ଲାପଟପ୍ ଜବତ କରିଛି ।ଗିରଫ ହୋଇଥିବା ଦୁଇ ଚୋର ଆଗ୍ରାର ବରହନ ଅଞ୍ଚଳର। ଅଜୟର ବିବାହ ଅଲିଗଡ଼ ଜିଲ୍ଲାର ଗୋଟିଏ ଗାଁରେ ଠିକ୍ ହୋଇଥିଲା। ବାହା ଘର ଠିକ୍ ହେବା ପରେ ଅଜୟ ନିଜର ଭାବି ଶ୍ବଶୁର ଘରକୁ ବୁଲିବାକୁ ମଧ୍ୟ ଯାଇଥିଲା। ସେଠାରେ ତାଙ୍କୁ ଭଲ ଚର୍ଚ୍ଚା ଏବଂ ସମ୍ମାନ ମିଳିଥିଲା। କିନ୍ତୁ ରାତିରେ ମଉକା ଦେଖି ଅଜୟ ନିଜର ଭାବି ପତ୍ନୀଙ୍କ ଘରେ କଳାକନା ବୁଲାଇଥିଲା। ଦୁଇଟି ମୋବାଇଲ୍ ଏବଂ ଟଙ୍କା ଚୋରି କରି ସେଠାରୁ ଚମ୍ପଟ ମାରିଥିଲା ଅଜୟ। ଏନେଇ ଜଣାପଡ଼ିବା ପରେ ଅଜୟର ଭାବି ଶ୍ବଶୁର ଘର ଲୋକେ ବାହା ଘର ଭାଙ୍ଗିଦେଇଛନ୍ତି ।ଏସପି ଓ୍ବେଷ୍ଟ ସତ୍ୟଜିତ୍ ଗୁପ୍ତାଙ୍କ ଅନୁସାରେ, ଅଜୟ ଏବଂ ଶୈଳେନ୍ଦ୍ର କୁଖ୍ୟାତ ଚୋର। ଏବେ ସେମାନେ ଜେଲ୍ରେ ଅଛନ୍ତି। ସେମାନେ ଟ୍ରେନ୍ରେ ହୋଇଥିବା ବହୁ ଚୋରି ସମ୍ପର୍କରେ ମାନିଛନ୍ତି । ଏବେ ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି। ଏହି ମାମଲା ସହ ଜଡ଼ିତ ଆହୁରି ଅନେକ ଖୁଲାସା ହୋଇପାରେ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।

Related posts

ବେଆଇନ କାଠଗଣ୍ଡି ଜବତ, ୧ ଗିରଫ

mahabharatanews

୫୦ହଜାର ମାଗି ବନ୍ଧା ହେଲେ ୨ ସାମ୍ବାଦିକ

mahabharatanews

ଗୌତମ ଆଦାନୀଙ୍କୁ ବଡ ଝଟକା

mahabharatanews