ଅପରାଧ

କଳାକନା ବୁଲାଇଲା ଚୋର

(ରାୟଗଡା) ; ଘରେ କେହି ନଥିଲେ ଆଉ ସେହି ସୂଯୋଗ ନେଇ କଳାକନା ବୁଲାଇଲା ଚୋର । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ସହରର ରୟତ କଲୋନୀ ଷଷ୍ଠ ଲେନରେ । ଘର ମାଲିକ ଓ ପରିବାର ସମସ୍ତ ଲୋକ ଗାଁକୁ ଯାଇଥିବା ବେଳେ ଏହି ଚୋରି ଘଟିଛି। ଦୁର୍ବୃତ୍ତମାନେ ସାଇ ଗଣେଶ ଶର୍ମା ନାମକ ଜଣେ ବ୍ୟକ୍ତିଙ୍କ ଘରୁ ନଗଦ ୩୦ ଲକ୍ଷ ଟଙ୍କା ଓ ପ୍ରାୟ ୧୦୦ ଗ୍ରାମ ଓଜନର ସୁନା ଅଳଙ୍କାର ଚୋରି କରି ନେଇଛନ୍ତି ।ଆଜି ସମସ୍ତେ ଫେରିବା ବେଳେ ଘରର ମୁଖ୍ୟ କବାଟ ଭାଙ୍ଗି ଚୋରମାନେ ଲୁଟ କରିଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ଗଣେଶ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ। ପୋଲିସ ସନ୍ଧାନୀ କୁକୁର ସହ ମିଶି ତନାଘନା କରିଛି। ତେବେ ଗତ ରବିବାରଠାରୁ ଶନିବାର ମଧ୍ୟରେ କେବେ ଚୋରି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।

Related posts

ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣରେ ଯୁବକ ମୃତ

mahabharatanews

ପୁରୀ ପୋଲିସର ବଡ଼ ସଫଳତା: ଖୋଲିଲା କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ହତ୍ୟା ମାମଲାର ଗୁମର

mahabharatanews

ହାଥରସରେ ହିଂସା ସୃଷ୍ଟିକରିବାକୁ ଯାଉଥିବା ୪ ପିଏଫଆଇ ସଦସ୍ୟ ଗିରଫ

mahabharatanews