ରାହୁଲ ଗାନ୍ଧି ଯେବେଠୁ କଂଗ୍ରେସର ନେତୃତ୍ବ ନେଇଛନ୍ତି, କଂଗ୍ରେସ ନିର୍ବାଚନ ହାରୁଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଉପରେ ପ୍ରଶ୍ନ ଉଠାଇବା ଛାଡି ରାହୁଲ ଆତ୍ମସମୀକ୍ଷା କରନ୍ତୁ। ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ଏପରି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।ଗୁଜୁରାଟ ଉପ-ନିର୍ବାଚନରେ ବିଜେପିର ବଡ଼ ବିଜୟ ପରେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି ଶାହ।

ସେ ଆହୁରି କହିଛନ୍ତି, କଂଗ୍ରେସ ଗତ ୪୧ ବର୍ଷ ହେବ ଗୁଜୁରାଟରେ କୌଣସି ନିର୍ବାଚନ ଜିତିନାହିଁ। କଂଗ୍ରେସର ଏହି କ୍ରମାଗତ ପରାଜୟ ପାଇଁ ମଧ୍ୟ ଅନ୍ୟମାନେ ଦାୟୀ କି ବୋଲି ଆକ୍ଷେପ କରିଛନ୍ତି ଶାହ। କେବଳ ପ୍ରାୟୋଜିତ କାର୍ୟ୍ୟକ୍ରମ ଏବଂ “ଝୁଠ୍ କି ଦୁକାନ” ତିଆରି କରି ରାହୁଲ କେବେ ବି ଦେଶର ସ୍ୱର ହୋଇପାରିବେ ନାହିଁ।ଏପରିକି ୨୦୨୯ ନିର୍ବାଚନରେ କଂଗ୍ରେସକୁ ଏକ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିବ” ଏବଂ ଏନଡିଏ ବହୁ ମତରେ ଜିତିବ ବୋଲି ଶାହ ଦୃଢୋକ୍ତି ପ୍ରକାଶ କରିଛନ୍ତି।

