ମୁମ୍ବାଇରେ ଭୟାବହ ଅଗ୍ନିକାଣ୍ଡ। ଏକ ବହୁତଳ କୋଠାରେ ନିଆଁ ଲାଗି ଜଣେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ୬୫ବର୍ଷୀୟ ମହିଳା।ମଧ୍ୟରାତ୍ରିରେ ମୁମ୍ବାଇ ନାଲାସୋପାରାରେ ଥିବା ଏକ ୧୪ ମହଲା କୋଠାରେ ଲାଗିଥିଲା। ଅଳ୍ପ କିଛି ସମୟରେ ନିଆଁ ଚାରଆଡକୁ ବ୍ୟାପି ଯାଇଥିଲା। ଉପର ମହଲାର କିଛି ଲୋକ ବାହାରି ପାରିନଥିଲେ। ଉପର ମହଲାରେ ଫସି ରହିଥିବା ବାସିନ୍ଦାଙ୍କୁ ସିଡ଼ି ସାହାଯ୍ୟରେ ବାହାର କରାଯାଇଥିଲା। ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏଥିସହ ୨୫ରୁ ଅଧିକ ଲୋକଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ଜଣାଯାଇଛି।
