ଓଡିଶା

ନଦୀପଠାରୁ ଅଜଣା ମହିଳାଙ୍କ ମୃତଦେହ ଠାବ

ଭୁବନେଶ୍ୱର(ମହାଭାରତ): ରାଜଧାନୀ ଭୁବନେଶ୍ୱରରେ ବଢୁଛି ଅପରାଧର ଗ୍ରାଫ । ପୁଣି କୁଆଖାଇ ନଦୀପଠାରୁ ମିଳିଲା ମହିଳାଙ୍କ ମୃତଦେହ । କିଛି ଦିନ ତଳେ ମିଳିଥିବା ଅଚିହ୍ନା ଯୁବକଙ୍କ ମୃତଦେହ ଘଟଣାର ରହସ୍ୟ ଖୋଲିପାରିନଥିବା ବେଳେ ଏବେ ଆଉ ଏକ ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଟଙ୍କପାଣି ସାଇମନ୍ଦିର ଛକରୁ ମିଳିଥିବା ମହିଳାଙ୍କ ମୃତଦେହକୁ ଦେଖି ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ଶରୀରର ଉପରି ଭାଗରେ କୌଣସି କ୍ଷତ ନଥିବାରୁ ଏହା ଦୁର୍ଘଟଣା ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା । ତେବେ ଶବ ବ୍ୟବଚ୍ଛେଦ ପରେ ଘଟଣା ନେଇଛି ନୂଆ ମୋଡ । ପୋଷ୍ଟମର୍ଟମ ପରେ ଶରୀରରେ ଅନେକ କ୍ଷତ ଥିବା ଜଣାପଡିବା ସହ ମହିଳାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି । ସେପଟେ ମୃତ ମହିଳାଙ୍କର କୌଣସି ପରିଚୟ ନ ମିଳିବାରୁ ଅଡୁଆରେ ପଡିଛି କମିଶନରେଟ ପୋଲିସ । ତେବେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଏଥିସହ ଘଟଣାକୁ ନେଇ ଅନେକ ପ୍ରଶ୍ନ ଏବେ ରାଜଧାନୀରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related posts

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ବ୍ଲକର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁ ମାନଙ୍କ ପାଇଁ ପାଳିତ ହେଉଛି ଓଜନ ଉତ୍ସବ

mahabharatanews

ସାଲେପୁର ସଦର ମହକୁମା ହାଇସ୍କୁଲ ପଡ଼ିଆରେ ଧୁମଧାମରେ ପାଳିତ ହୋଇଯାଇଛି ସାଧାରଣତନ୍ତ୍ର ଦିବସ

mahabharatanews

ବିଜେବି କଲେଜ କ୍ୟାମ୍ପସରେ ୩ ଛାତ୍ରଙ୍କୁ ଗୋଡାଇ ଗୋଡାଇ ହାଣିଲେ ଅଣଛାତ୍ର

mahabharatanews