ଓଡିଶା

ମାଲକାନଗିରି ଆଦର୍ଶ ଥାନା ସିଲ୍

(ସୂର୍ୟ୍ୟକାନ୍ତ ବେହେରା,ମାଲକାନଗିରି) : ମାଲକାନାଗିରିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ପଡିଛି ଜିଲ୍ଲା ପ୍ରଶାସନ । ତେବେ ମାଲକାନାଗିରି ଆଦର୍ଶ ଥାନାକୁ ସପ୍ତାହେ ପାଇଁ ସିଲ୍ କରାଯାଇଛି । ଥାନାରୁ ଜଣେ ପୋଲିସ କର୍ମୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ସିଲ୍ କରାଯିବା ପରେ ଥାନାକୁ ସାନିଟାଇଜ୍ କରାଯିବ । ଏହାସହିତ ଏକ ସପ୍ତାହ ଲାଗି ଥାନାକୁ କେହି ନ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ସମୟରେ ପୁରୁଣା ଥାନାରେ ଅସ୍ଥାୟୀ ଭାବେ କାର୍ୟ୍ୟ ଜାରି ରହିବ ବୋଲି ସୂଚନା ମିଳିଛି ।

Related posts

ଆକାଶଙ୍କ ଜାମିନ୍‌ ମାମଲାର ଶୁଣାଣି , ରାୟ ସଂରକ୍ଷିତ ଥିବା ସୂଚନା

mahabharatanews

ଆଜିଠାରୁ ପୁରୀରେ କିଛି ହୋଟେଲ୍‌ ଖୋଲିବାକୁ ଅନୁମତି

mahabharatanews

ଗାମୁଛାରେ ଦଉଡି ଦେଇ ଯୁବକର ଆତ୍ମହତ୍ୟା

mahabharatanews