ଓଡିଶା

ଏସସିବିରେ ରୋଗୀଙ୍କ ସନ୍ଦେହଜନକ ମୃତ୍ୟୁ

କଟକ(ମହାଭାରତ): ଓଡିଶାର ସର୍ବବୃହତ ମେଡିକାଲ କଟକ ଏସସିବି ମେଡିକାଲରୁ ବାରମ୍ବାର ରୋଗୀଙ୍କ ପ୍ରତି ଅବହେଳାର ଚିତ୍ର ସାମ୍ନାକୁ ଆସୁଛି । କେବେ ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ତ ପୁଣି କେବେ ସନ୍ଦେହଜନକ ଭାବରେ । ରୋଗୀଙ୍କ ପ୍ରତି ଏଠାରେ ଅବହେଳା ହେଉଥିବାର ଅନେକ ଅଭିଯୋଗ ହେଉଛି । ସେହିପରି ଆଜି ଆଉ ଏକ ଘଟଣା ଘଟିଛି କଟକ ଏସସିବି ପରିସରରେ । ଚାରି ମହଳା ଝରକାରୁ ପଡି ଜଣେ କୋରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ଜଣାପଡିଛି । ମୃତକ ଜଣକ ମୟୁରଭଞ୍ଜ ଜିଲ୍ଲାର ବୋଳି ସୂଚନା ମିଳିଥିବା ବେଳେ ଗତ ବୁଧବାର ସେ କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । କିନ୍ତୁ ଗତକାଲି ରାତିରେ ତାଭ୍କର ସନ୍ଦେହଜନକ ଭାବରେ ମୃତ୍ୟୁ ହୋଇଛି । ଚାରି ମହଲା ଉପରୁ ଖସି ପଡି ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତେବେ ସୁରକ୍ଷାକର୍ମୀ ତାଙ୍କୁ ତୁରନ୍ତ କାଜୁଆଲଟିରେ ଭର୍ତ୍ତି କରାଇଥିଲେ ମଧ୍ୟ ସେଠାରେ ସେ ପ୍ରାଣ ହରାଇଥିଲେ । ଅନ୍ୟପକ୍ଷରେ ଏହି ଘଟଣା କିପରି ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

Related posts

ରାଜ୍ୟ ସରକାର ଓ ପୋଲିସ ଉପରେ ବର୍ଷିଲା ବିଜେପି

mahabharatanews

କୁଜଙ୍ଗକୁ ଏନ୍ଏସିର ମାନ୍ୟତା ନମିଳିଲେ ପ୍ରଶାସନକୁ ଅଚଳ କରାଯିବ, ଦରକାର ପଡିଲେ ତହସିଲ ଘେରାଉ ହେବ

mahabharatanews

ସରୋଜକୁ ବଳିର ବୋଦା କଲେ ବୋଥ୍ରା!

mahabharatanews