ଅପରାଧ

ଅଭିଯୁକ୍ତଙ୍କ ଗିରଫଦାରି ଦାବିରେ ଥାନା ଘେରାଉ

ଭୁବନେଶ୍ୱର/ ଆଦର୍ଶ ରାଉତ: ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ମୁଣ୍ଡାସାହିରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟଣାରେ ଆଜି ମଞ୍ଚେଶ୍ୱର ଥାନା ଘେରାଉ କରାଯାଇଛି । ଅଭିଯୁକ୍ତଙ୍କ ଗିରଫଦାରି ଦାବି କରି ଆଜି ଥାନା ଘେରିଛନ୍ତି ସ୍ଥାନୀୟ ଲୋକେ । ଗୁରୁବାର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫-୬ ଜଣ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଶୁକ୍ରବାର ଦିନ ଆହତ ହୋଇଥିବା ଗୋଷ୍ଠୀର କିଛି ଯୁବକ ସ୍ଥାନୀୟ ପଲାଶୁଣି ଅଞ୍ଚଳରେ ରାସ୍ତାରୋକ କରିବା ସହ ବିଭିନ୍ନ ମାରଣାସ୍ତ୍ର ଧରି ଲୋକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ ଓ ଗାଡି ମୋଟର ଭଙ୍ଗାରୁଜା କରିଥିଲେ । ଏଥିରେ କିଛି ଲୋକ ଆହତ ହୋଇଥିଲେ । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ଏହି ଗୋଷ୍ଠୀ ସଂଘର୍ଷକୁ ନେଇ ସାଧାରଣ ଅଣନିଶ୍ୱାସୀ ହୋଇ ପଡିଲେଣି ।

 

Related posts

ଭିଜିଲାନ୍ସ ପଞ୍ଝାରେ  କୃଷି ଅଧିକାରୀ; ପ୍ରଶୟ କୁମାର ମନ୍ତ୍ରୀ

mahabharatanews

ମର୍ଣ୍ଣିଂ ୱାର୍କରୁ ଅପହରଣ

mahabharatanews

ଅପହୃତା ଅଷ୍ଟମ ଶ୍ରେଣୀ ଛାତ୍ରୀ ତାମିଲନାଡୁରୁ ଉଦ୍ଧାର

mahabharatanews