ଓଡିଶା

 ପାଣ୍ଡାମିକ କାଳରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଦେଖାଦେଇଛି ବହୁ ସମସ୍ୟା: ସର୍ଭେ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ କୋଭିଡ ମହାମାରୀ କାଳରେ ଯେଉଁମାନେ ଏକାଧିକ ଅଣ ସଂକ୍ରାମକ ସାଂଘାତିର ରୋଗ (ଏନସିଡି)ରେ ଆକ୍ରାନ୍ତ ସେମାନେ ବହୁ ସମସ୍ୟା ଭୋଗିଛନ୍ତି ବୋଲି ହୋଇଥିବା ଏକ ସର୍ଭେରୁ ଜଣାପଡିଛି । ନନ୍-କମୁନିକେବୁଲ ଡିଜିଜେସ କେୟାର ନାମରେ ସର୍ଭେ କରାଯାଇଛି ଖୋର୍ଦ୍ଧା ଜିଲ୍ଲାରେ । ଏନସିଡି ସମ୍ବନ୍ଧିତ ଚିକିତ୍ସା କ୍ଷେତ୍ରରେ ପାଣ୍ଡାମିକ ସମୟରେ ଲୋକେ ବହୁ ଅସୁବିଧା ଭୋଗ କରିଥିବା ସର୍ଭେରୁ ଜଣାପଡିଛି ।
ପାଣ୍ଡାମିକ କାଳରେ ଏନସିଡିରେ ଆକ୍ରାନ୍ତ ରୋଗୀଙ୍କ ଡାଇଗନୋସିସ, ଡାକ୍ତରୀ ପରାମର୍ଶ, ଯାତାୟାତ, ଅର୍ଥାଭାବ, ବାଧ୍ୟତାମୂଳକ ଏକାନ୍ତବାସ, ସାମାଜିକ ଦୂରତା ଓ କୋଭିଡ ସଂକ୍ରମଣ ପାଇଁ ହସ୍ପିଟାଲ ଯିବାରେ ସମସ୍ୟା ଦେଖା ଦେଇଥିଲା । ଅଧ୍ୟୟନରେ ମୋଟ ୪୯୧ ଜଣ ଭାଗ ନେଇଥିଲେ । ଖେ।।ର୍ଦ୍ଧାରେ ମେ-ଜୁନ ୨୦୨୦ ମଧ୍ୟରେ ମୁଖ୍ୟତଃ ତିନୋଟି ଅନୁଷ୍ଠାନ- ରିଜୋନାଲ ରିସୋର୍ସ ହବ, ହେଲ୍ଥ ଟେକନୋଲୋଜି ଆସେସମେଣ୍ଟ ଇନ ଇଣ୍ଡିଅ।।, ଆଇସିଏମଆର ରିଜିଓନାଲ ମେଡିକାଲ ସିର୍ଚ୍ଚ ସେଣ୍ଟର ଭୁବନେଶ୍ୱର ଓ କଳିଙ୍ଗ ହସ୍ପିଟାଲକୁ ନେଇ ଅଧ୍ୟୟନ କରାଯାଇଥିଲା ।
ଅଧ୍ୟୟନକାରୀଙ୍କ ଅନୁଯାୟୀ, ମହାମାରୀ କାଳରେ ଡାଗନୋଷ୍ଟିକ ସେବାରେ ୧୮୭,୩୮ ପ୍ରତିଶତ ସମସ୍ୟ ଦେଖା ଦେଇଥିଲା, ଯେତେବେଳେ କି ୯୩,୧୯ପ୍ରତିଶତ ସମସ୍ୟା ଡାକ୍ତରଙ୍କ ପରାମର୍ଶ ପାଇବା କ୍ଷେତ୍ରରେ ଦେଖା ଦେଇଥିଲା । ସେହିପରି ୧୫ ପ୍ରତିଶତ ଏନସିଡି ରୋଗୀ ଜରୁରୀ କାଳୀନ ସେବା ପାଇବାରେ ଅସୁବିଧା ଭୋଗିଥିବା ବେଳେ ୧୪ ପ୍ରତିଶତ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଅନ୍ୟପଟେ ସଂକ୍ରମଣ ଭୟ ଥିବାରୁ ହସ୍ପିଟାଲ ଯିବାକୁ ତଥା ହସ୍ପିଟାଲ ଯାଉଥିଲେ ମଧ୍ୟ ଡାକ୍ତରଙ୍କ ସାକ୍ଷାତ ପାଇବା ସହଜ ନଥିଲା ।
ଏହି ଅଧ୍ୟୟନରେ ଏହି ନିର୍ଯାସ ବାହାରିଛି କି, ମହାମାରୀ କାଳରେ ଏନସିଡି ଚିକିତ୍ସା ପରିଚାଳନା ପାଇଁ ଏକ ଡାକ୍ତର-ଫାର୍ମାସୀ ରୋଗୀଙ୍କ ମଧ୍ୟରେ ସମନ୍ୱୟଗତ ପରିଚାଳନା ଗୁରୁତ୍ୱପୂର୍ଣ୍ଣ ।

Related posts

ରାଜଧାନୀରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବାକୁ ଲାଗିବ ଏୟାର ପ୍ୟୁରିଫାୟର୍

mahabharatanews

ପରିକ୍ରମା ପ୍ରକଳ୍ପ ପାଇଁ ଜମି ଦାନ କରିଥିବା କ୍ଷତିଗ୍ରସ୍ତ ଦୋକାନୀଙ୍କୁ ମିଳିବ ଦୋକାନ

mahabharatanews

ଚନ୍ଦନଯାତ୍ରା ନୀତି ନିର୍ଘଣ୍ଟ ନେଇ ଅପରାହ୍ନରେ ବସିବ ଛତିଶା ନିଯୋଗ ବୈଠକ

mahabharatanews