ଭୁବନେଶ୍ୱର(ମହାଭାରତ): ଆଗକୁ ଆସୁଛି ପୂଜାର ପର୍ବ । ଓଡିଶା ପାଇଁ ଆସୁଛି ବିଭିନ୍ନ ଉତ୍ସବର ସମାହାର । ଗତ ବର୍ଷ ଅପେକ୍ଷା କୋରୋନା ସଂକ୍ରମଣ ସାମାନ୍ୟ କମ ରହିଥିବାରୁ ଉତ୍ସବ ମନାଇବା ପାଇଁ ପ୍ରସ୍ତୁତ ହେଉଥିଲା ଓଡିଶା । କିନ୍ତୁ ୟା ଭିତରେ ଆଗାମୀ ପାର୍ବଣ ଋତୁ ପାଇଁ ଜାରି ହୋଇଛି ଗାଇଡଲାଇନ । ଆସନ୍ତା ସମସ୍ତ ପୂଜା ପାର୍ବଣ ବିନା ଭକ୍ତରେ ଅନୁଷ୍ଠିତ ହେବ ବୋଲି ଗାଇଡଲାଇନ ଜାରି ହୋଇଛି । ସାମୂହିକ ପୂଜା ପାର୍ବଣ ସବୁକୁ ରୀତିନୀତିରେ ବିନା ଭକ୍ତରେ ଅନୁଷ୍ଠିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ସେହିପରି ସ୍କୁଲରେ ମଧ୍ୟ ଖୁବ କମ ସଂଖ୍ୟକ ପିଲାମାନଙ୍କୁ ନେଇ ପୂଜାର୍ଚ୍ଚନା କରିବାକୁ ସରକାର ନିର୍ଦ୍ଦେଶନାମା ଜାରି କରାଯାଇଛି ।
ରାଜ୍ୟରେ କମୁଥିବା କୋରୋନା ସଂକ୍ରମଣକୁ ନଜରରେ ରଖି ଲକଡାଉନ ଧିରେ ଧିରେ କୋହଳ ହେଉଛି । ଏହା ସତ୍ତେ୍ୱ କୋରୋନାର ତୃତୀୟ ଲହରକୁ ନେଇ ଚିନ୍ତାରେ ରହିଛି ପ୍ରଶାସନ । ତେବେ ଏହାରି ମଧ୍ୟରେ ବିଭିନ୍ନ ପର୍ବପର୍ବାଣୀ ଓଡିଶାରେ ପାଳନ କରଯାଏ ଯେଉଁଥିରେ ଜନସମାଗମ ଦେଖିବାକୁ ମିଳିଥାଏ । ଏଥିରେ କୋରୋନା ସଂକ୍ରମଣ ବଢିବାର ଆଶଙ୍କା ଅଧିକ ରହିଥିବାରୁ ସରକାର ଏଥିନେଇ ଗାଇଡଲାଇିନ ଜାରି କରିଛନ୍ତି । ଗତବର୍ଷ ଭଳି ଏଥର ମଧ୍ୟ ପୂଜାପର୍ବାଣୀରେ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲାଗିଛି । ଏହାବ୍ୟତୀତ ବିଦ୍ୟାଳୟରେ ମଧ୍ୟ କମସଂଖ୍ୟକ ଛାତ୍ରଛାତୀଙ୍କୁ ନେଇ ପୂଜା ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ପୂଜା ସମୟରେ ୭ ଜଣରୁ ଅଧିକ ଲୋକ ମଣ୍ଡପରେ ନ ରହିବାକୁ ଗାଇଡଲାଇନ ଜାରି କରାଯାଇଥିବା ବେଳେ ମୂର୍ତ୍ତୀ ଭସାଣ ବେଳେ ଶୋଭାଯାତ୍ରା ମଧ୍ୟ ହୋଇ ପାରିବ ନାହିଁ ବୋଲି କୁହାଯାଇଛି । ସେହିପରି ମୂର୍ତ୍ତୀର ସର୍ବାଧିକ ଉଚ୍ଚତା ୪ ଫୁଟ ରହିଛି ଏବଂ ଏହାକୁଚାରିପଟୁ ଆବଦ୍ଧ କରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
previous post
