ଓଡିଶା

କାର ଧକ୍କାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଗୋଡ ଭାଙ୍ଗିଲା

(ନୟାଗଡ) ; ଦୁଇ କାର ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି । ଏହି ଦୂର୍ଘଟଣାଟି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ରଙ୍ଗମାଟିଆ ଛକରେ ଘଟିଛି । ଏହି ଦୂର୍ଘଟଣାରେ ମୋଟ ୭ ଜଣ ଆହତ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲା ପାଳ ଶ୍ରୀ ନାୟକଙ୍କର ଗୋଡ ଭାଙ୍ଗି ଯାଇଛି । ଶ୍ରୀ ନାୟକ ଭୁବନେଶ୍ୱରରୁ ବୌଦ୍ଧ ଅଭିମୁଖେ ଯାଉଥିବା ବେଳେ ସାମ୍ନାପଟୁ ଆସୁଥିବା ଆଉ ଏକ କାର୍ ସହିତ ତାଙ୍କ କାର୍ର ମୁହାଁମୁହିଁ ଧକ୍କା ହୋଇଥିଲା।ସେହିପରି ଅନ୍ୟ କାର୍ରେ ଥିବା ସମସ୍ତ ୪ ଜଣ ବ୍ୟକ୍ତି ଆହତ ହୋଇଛନ୍ତି।ସମସ୍ତ ଆହତଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Related posts

ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ ମଣ୍ଡଳ ପାଳନ କଲା ୭୭ ତମ ସାଧାରଣତନ୍ତ୍ର ଦିବସ

mahabharatanews

ତାତିରୁ ମିଳିବ ଆଶ୍ୱସ୍ତି, ଆଜିଠୁ ୫ଦିନ ଯାଏଁ କାଳବୈଶାଖୀ

mahabharatanews

ଆଜି ଅକ୍ଷୟ ତୃତୀୟା; ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି କାର୍ଯ୍ୟ

mahabharatanews