ଅପରାଧ

ମା ସାମ୍ନାରେ ଝିଅଙ୍କୁ ଗଣଦୁଷ୍କର୍ମ

(ହରିୟାଣା) ; ମା ର ଆଖି ସାମ୍ନାରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ । ସେତିକିରେ ସେମାନଙ୍କ ମନ ଶାନ୍ତି ହୋଇନଥିଲା ଦୁଇ ନାବାଳିକାଙ୍କୁ ବିଷ ପିଆଇ ହତ୍ୟା ଭଳି ନୃଶଂସ କାଣ୍ଡ ଭିଆଇଲେ ଦୁଷ୍କର୍ମକାରୀ । ଏପରି ଏକ ଅମାନୁଷିକ ଘଟଣା ଘଟିଛି ହରିୟାଣା ସୋନିପତ ଜିଲ୍ଲାରେ । ପୁଲିସଙ୍କ କହିବା ଅନୁ୍ାୟୀ ଅଗଷ୍ଟ ୫ ତାରିଖ ରାତିରେ ଅଭିଯୁକ୍ତମାନେ ଜୋର ଜବରଦସ୍ତ ପୀଡିତାଙ୍କ ଘରେ ପସିଯାଇଥିଲେ ଏବଂ ମହିଳାଙ୍କୁ ଧମକ ଦେଇଥିଲେ। ୪ଜଣ ଦୁଇ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ ଓ ଜୋର ଜବରଦସ୍ତ କୀଟନାଶକ ପିଆଇ ଦେଇଥିଲେ। ନାବାଳିକାଙ୍କ ଅବସ୍ଥା ବିଗିଡ଼ିବାରୁ ଅଭିଯୁକ୍ତମାନେ ପୀଡିତାଙ୍କ ମା’ଙ୍କୁ କହିଥିଲେ ଯେ ସାପ କାମୁଡି ବାରୁ ସେମାନଙ୍କ ଏପରି ଅବସ୍ଥା ହେଇଚି ବୋଲି ସେ ପୋଲିସକୁ କହିବେ। ଦୁଇ ଭଉଣୀଙ୍କୁ ଦିଲ୍ଲୀର ଏକ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ଜଣକୁ ମୃତ ଘୋଷିତ କରିଥିଲେ ଏବଂ ଆଉ ଜଣେ ଭଉଣୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ପୁଲିସଙ୍କ କହିବା ମୁତାକ ପିଡିତାଙ୍କ ମା ଭୟରେ ପ୍ରଥମେ ଡାକ୍ତରଙ୍କୁ ଝିଅମାନଙ୍କୁ ସାପ କାମୁଡିଥିବା କହିଥିଲେ । କିନ୍ତୁ ପୁଲିସର ସନ୍ଦେହ ହେବାରୁ ପରେ ସତ କଥା କହିଥିଲେ ପିଡିତାଙ୍କ ମା । ତେବେ ପୋଷ୍ଟମର୍ଟମ ରିପୋର୍ଟରେ ଦୁଷ୍କର୍ମ ଓ ବିଷ ଯୋଗୁଁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଏହାପରେ ପୋଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ମଙ୍ଗଳବାର ଦିନ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।

Related posts

ସଡକ ଦୁର୍ଘଟଣାରେ ୨ ଗୁରୁତର

mahabharatanews

ଯୁବକଙ୍କୁ ଘର ଛାତରୁ ଉଠାଇ ନେଇ ମରଣାନ୍ତକ ଆକ୍ରମଣ

mahabharatanews

ବାଘ ଛାଲ ବିକ୍ରି ବେଳେ ଏସଟିଏଫ ହାତରେ ଅଭିଯୁକ୍ତ

mahabharatanews