ଅପରାଧଓଡିଶା

ଯୁବକଙ୍କୁ ଘର ଛାତରୁ ଉଠାଇ ନେଇ ମରଣାନ୍ତକ ଆକ୍ରମଣ

(ହିଂଜିଳିକାଟୁ/ରଜନୀକାନ୍ତ ପାତ୍ର) : ଗତ ବିଳମ୍ବିତ ରାତ୍ରୀରେ ହିଂଜିଳି ଥାନା ଅନ୍ତରି ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବକ ବିଳମ୍ବିତ ରାତ୍ରୀରେ ନିଜ ଘର ଛାତ ଉପରେ ଶୋଇଥିବା ବେଳେ ରଶି ମାଧ୍ୟମରେ ପାଟିକୁ ଜାବୁଡ଼ି ନେଇ କିଛି ଅଜଣା ଦୁର୍ବୃତ୍ତ ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଯୁବକଟି ହେଲେ ଅନ୍ତରି ଗାଁର ପିଣ୍ଟୁ ବେହେରା। ବିଳମ୍ବିତ ରାତି ରେ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଥିବା ବାତ୍ୟାଆଶ୍ରୟ ସ୍ଥଳିରେ ହାତପାଟିକୁ ରଶିରେ ବାନ୍ଧି ପିଟିବା ପରେ ଏକ ଗାଡ଼ି ଲାଇଟ ପଡ଼ିବାରୁ ଦୁର୍ବୃତ୍ତ ମାନେ ଛାଡ଼ି ପଳାଇଥିଲେ।ସେତେବେଳେ ଯୁବକଟି ଅଚେତ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିରହିଥିଲେ।ଦୁର୍ବୃତ୍ତ ମାନେ ମରିଯାଇଥିବା ଭାବି ଗାଡ଼ି ଆସିବା ସମୟରେ ଚମ୍ପଟ ମାରିଥିଲେ।ସକାଳ ହେବା ପରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ଗ୍ରାମବାସୀ ପ୍ରଥମେ ଘର ଲୋକଙ୍କୁ ଖବର ଦେଇଥିଲେ।ପରେ ଗ୍ରାମବାସୀ ଆମ୍ବୁଲାନ୍ସ ସାହାଯ୍ୟରେ ପ୍ରଥମେ ହିଂଜିଳି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେତେବେଳେ ଯୁବକଟିର ଚେତା ଫେରି ଆସିଥିଲା। ଅଧିକ ଚିକିତ୍ସା ନିମନ୍ତେ ପରେ ଡ଼ାକ୍ତର ବ୍ରହ୍ମପୁର ବଡ଼ ମେଡ଼ିକାଲ ସ୍ଥାନାନ୍ତର କରିଥିଲେ। ଆକ୍ରମଣର ଶିକାର ଯୁବକ ଜଣକ ପ୍ରାୟ ୫ ମାସ ତଳେ ସୁରତରୁ ନିଜ ଗ୍ରାମକୁ ଫେରିଥିବା ସୂଚନା ମିଳିଛି। ଏ ନେଇ ଖବର ଲେଖା ହେବା ସୁଦ୍ଧା କୌଣସି ମାମଲା ରୁଜୁ ହୋଇ ନ ଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Related posts

ନକଲି ମେଡିସିନକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତାଙ୍କ ପ୍ରତିକ୍ରିୟା

mahabharatanews

ଶ୍ରୀମନ୍ଦିରର  ୫୦ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

୩୦ ବର୍ଷର ଶିକ୍ଷକତାରେ ୬୦ ଛାତ୍ରୀଙ୍କୁ ଦୁର୍ବ୍ୟବହାରର ଅବସର ପରେ ହେଲା ଖୁଲାସା

mahabharatanews