(ଭୁବନେଶ୍ୱର) ; କରୋନା ମହାମାରୀ ପାଇଁ ଚଳିତ ବର୍ଷ ବିନା ପରୀକ୍ଷାରେ ରେଜଲ୍ଟ ବାହାରିଛି । ତେବେ କାଲି ପ୍ରକାଶ ପାଇବ +୨କଳା ଏବଂ ଧନ୍ଦାମୂଳକ ରେଜଲ୍ଟ । ଏ ନେଇ ଗଣଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି । ରାଜ୍ୟର ମୋଟ ୨ଲକ୍ଷ ୨୧ ହଜାର ୮୬୭ଜଣ କଳା ଉବଂ ଧନ୍ଦାମୂଳକ ବିଭାଗରେ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି । ଗତ ଜୁଲାଇ ୩୧ରେ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇଥିବା ବେଳେ ଦୁଇ ସପ୍ତାହ ମଧ୍ୟରେ କଳା ଫଳ ପ୍ରକାଶ ହେବ ବୋଲି ବିଭାଗ ପକ୍ଷରୁ ଦର୍ଶାଯାଇଥିଲା । ଚଳିତ ବର୍ଷ ବିଜ୍ଞାନ ଓ ବାଣିଜ୍ୟରେ ରେକର୍ଡ ପାସ ହାର ହୋଇଛି ।
previous post
next post