Uncategorized

ଆଫଗାନିସ୍ତାନରୁ ଭାରତ ଫେରୁଛନ୍ତି ୧୨୦ ଭାରତୀୟ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଏବେ ଭୟଙ୍କର ସ୍ଥିତି । ଗତକାଲି କାବୁଲ୍ ଏୟାରପୋର୍ଟରେ ଭିଡ଼ ଏମିତି ଅସମ୍ଭାଳ ହୋଇଥିଲା କି ବିମାନ ବନ୍ଦରକୁ ବନ୍ଦ କରି ଦିଆଯାଇଥିଲା । ଆଜି ସକାଳୁ ପୁଣି ଖୋଲିଛି । ଆଜି ସକାଳୁ କାବୁଲ ଏୟାରପୋର୍ଟ ଖୋଲିବା ପରେ ସେଠାରେ ଅବସ୍ଥାପିତ ଭାରତୀୟ ଦୂତାବାସ କର୍ମଚାରୀ ଓ ସାଧାରଣ ନାଗରିକଙ୍କୁ ପ୍ରାୟ ୧୨୦ ଜଣଙ୍କୁ ସୁରକ୍ଷିତ ଭାରତ ଅଣାଯାଉଛି। ଏଭଳି ସମୟରେ ସେଠାରେ ରହୁଥିବା ନିଜ ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡ଼ିଛି ଭାରତ ।
ଭାରତ ସରକାରଙ୍କ ଦ୍ୱାରା ସ୍ଥିତି ଉପରେ ତିକ୍ଷଣ ନଜର ରଖାଯାଇଥିବା ବେଳେ ଗତକାଲି ବାୟୁସେନାର ସି-୧୯ ବିମାନରେ ପ୍ରାୟ ୪୬ ଜଣଙ୍କୁ ଅଣାଯାଇଥିଲା । ଆଫଗାନିସ୍ତାନର ବର୍ତ୍ତମାନ ସ୍ଥିତି ଉପରେ ଭାରତ ତୀକ୍ଷ୍ନ ନଜର ରଖିଛି । ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଭାରତରେ ପ୍ରବେଶ କରିବା ଲାଗି ଏକ ନୂଆ ପ୍ରକାର ଇଲୋକଟ୍ରୋନିକ୍ ଭିସା ବ୍ୟବସ୍ଥା ପ୍ରଚଳନ କରାଯାଇଛି । ଏବେ ବି କାବୁଲରେ ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ଭାରତୀୟ ଫସି ରହିଛନ୍ତି । ଆଫଗାନିସ୍ତାନରେ ୩୦୦-୪୦୦ ଆଇଟିବିପି ଯବାନ ମଧ୍ୟ ଫସି ରହିଛନ୍ତି।

 

Related posts

ବେଆଇନ ଅନୁପ୍ରବେଶ ବନ୍ଦ କରିବାକୁ ବିଏସଏଫ, ବିଜିବି ମଧ୍ୟରେ ଆଲୋଚନା

mahabharatanews

ଡ୍ରାଗ୍ସ ସହ ନାଇଜେରୀୟ ଯୁବକ ଗିରଫ

mahabharatanews

ଦେଶକୁ ଆତ୍ମନିର୍ଭରଶୀଳ ଦିଗରେ ଖର୍ଚ୍ଚହେବ ୨୦ଲକ୍ଷ କୋଟିର ପ୍ୟାକେଜ ଘୋଷଣା

mahabharatanews