ଓଡିଶା

ଧାମନଗରରେ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ

ଧାମନଗର ବ୍ଲକ ଅନ୍ତର୍ଗତ ପିଏମ୍ ଶ୍ରୀ ଶହୀଦ ନଗର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ଏବଂ ଲୁକ୍କାୟିତ କଳାକୌଶଳକୁ ଲୋକଲୋଚନକୁ ଆଣିବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଧାମନଗର ବ୍ଲକ ଶିକ୍ଷା ଅଧିକାରୀ ଡ. ପ୍ରଫୁଲ୍ଲ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭୀମସେନ ହୋ ସ୍ୱାଗତ ଭାଷଣ ସହ ମହୋତ୍ସବର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପୁହାଣ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଆଲୁମିନି ପ୍ରତିନିଧି ରଘୁନାଥ ଲେଙ୍କା, ସରପଞ୍ଚ ପ୍ରତିନିଧି ସୁରମା ନନ୍ଦ ନାୟକ, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରାଜେନ୍ଦ୍ର ବେହେରା ଏବଂ ସମାଜସେବୀ ରାଜେନ୍ଦ୍ର ସାହୁ ଯୋଗ ଦେଇଥିଲେ।

ଏହି ଅବସରରେ ରେ ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ ଏହିପରି ତିନୋଟି ବର୍ଗରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିତର୍କ, ବକ୍ତୃତା, ପ୍ରବନ୍ଧ, କୁଇଜ୍, ହସ୍ତାକ୍ଷର ଲିଖନ, ଚିତ୍ରାଙ୍କନ ଓ ସଙ୍ଗୀତ ସମେତ ମୋଟ ୩୩ଟି ବିଭିନ୍ନ ପ୍ରତିଯୋଗିତାରେ ୬୮୪ ଜଣ ଛାତ୍ରଛାତ୍ରୀ ଉତ୍ସାହର ସହ ଭାଗ ନେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସତ୍ୟସୁନ୍ଦର ପରିଡ଼ା ମଞ୍ଚ ପରିଚାଳନା କରିଥିବା ବେଳେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଏସ୍.କେ. ନିଜାମୁଦ୍ଦିନ, ସ୍ଥାନୀୟ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଦେବେନ୍ଦ୍ର କୁମାର କବିଙ୍କ ସମେତ ୧୯ ଟି ସାଧନ କେନ୍ଦ୍ରର ସମସ୍ତ ସଂଯୋଜକ ଏବଂ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଆୟୋଜନରେ ସହଯୋଗ କରିଥିଲେ। ପରି ଶେଷରେ ପିଏମଶ୍ରୀ ଶହୀଦ ନଗର ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟତମା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

କଇଁଛ ଧରିବାକୁ ଯାଇ ଚାଲିଗଲା ୩ ଜଣଙ୍କ ଜୀବନ

mahabharatanews

ଜୁଲିବନ୍ଧରେ ଅଗ୍ନିକାଣ୍ଡ, ଜଳିଗଲା ୨ ବଖରା

mahabharatanews

ବକ୍ସାଇଟ୍ ଆଲୁମିନିୟମ ପାଉଡର ବସ୍ତା ବୋଝେଇ ଚୋରା ଚାଲାଣ ହେଉଥିବା ବେଳେ ଓଲଟିଲା ଭେନ…

mahabharatanews