ଅପରାଧଓଡିଶା

ଫେସବୁକ ରୋମିଓକୁ ଜୋତା ପାହାର

ବାଲେଶ୍ୱର: ଜଣେ ଯୁବକଙ୍କୁ ମହଙ୍ଗା ପଡିଛି ଡିଜିଟାଲ ପ୍ରେମ, ମାନେ ଫେସବୁକ ଲଭ୍ । ମବୋଇଲରେ ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରି ଶେଷରେ ବିଚ ରାସ୍ତାରେ ଅପଦସ୍ତ ହୋଇଛନ୍ତି ଫେସବୁକର ରୋମିଓ । ରୋମିଓ ନୁହେଁ ତ ରୋଡ ରୋମିଓ ହେଉଛନ୍ତି ଖଇରା ବ୍ଲକର ଏହି ଯୁବକ ଜଣକ । ଜଣେ ମହିଳା ଏହି ଯୁବକଙ୍କୁ ଗୋଡାଇ ଗୋଡାଇ ଚପଲରେ ମାଡ ମାରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଖିରା ବ୍ଳକ ତୁହିଗଡିଆ ଅଞ୍ଚଳର ଚିତ୍ତ ପାଢୀ ନାମକ ଏହି ଯୁବକ ଜଣକ ଫେସବୁକରୁ ନମ୍ବର ସଂଗ୍ରହ କରି ଶେରଗଡର ଜଣେ ମହିଳାଙ୍କୁ ହଇରାଣ କରୁଥିଲେ । ବାରମ୍ବାର ପ୍ରେମ ନିବେଦନ କରିବା ସହ ଅଶ୍ଳୀଳ କଥା ମଧ୍ୟ କହୁଥିଲେ ଚିତ୍ତ । ତେବେ ମହିଳା ଜଣକ ବାରମ୍ବାର ମନା କରିବା ସତ୍ତେ୍ୱ ଯୁବକ ଏହି କାର୍ଯ୍ୟରୁ ହଟି ନଥିଲା ।
ଏହାପରେ ଯୁବକର ଏଭଳି କାର୍ଯ୍ୟକଳାପ ରକ୍ଷା ପାଇବା ପାଇଁ ଏବଂ ତାକୁ ଏକ ଶିକ୍ଷା ଦେବା ପାଇଁ ମହିଳା ଜଣକ ଏକ ପ୍ଲାନ କରିଥିଲେ । ବାହାନା କରି ଶେରଗଡ ଟୋଲ ଗେଟ ନିକଟକୁ ଫୋନରେ ଡକାଇଥିଲେ ଏହି ମହିଳା । ଯୁବକ ପହଞ୍ଚିବା ପରେ ୧୬ ନମ୍ବର ଜାତୀୟ ରାଜପଥରେ ଏହି ରୋଡ ରୋମିଓକୁ ଚପଲ ଖୋଲି ନର୍ଦ୍ଧୁମ ମାଡ ମାରଥିଲେ । ବିଚ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ମାଡ ମାରିଥିବା ଏକ ଭିଡିଓ ଏବେ ସୋଶିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

Related posts

ପାଟଣା ଟିକିରା ବିଦ୍ୟୁତକରଣ ତଦାରକ କଲେ ପାଟଣା ବିଧାୟକ

mahabharatanews

କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣି ଜାରି

mahabharatanews

ରାସ୍ତା କଡକୁ ବସ୍ ଓଲଟି ୫ ଆହତ

mahabharatanews