ଅପରାଧ

ସମବାୟ ସମିତିରୁ ଋଣ ଜାଲିଆତି: ୬ ଗିରଫ

ଆଠଗଡ଼ : ଆଠଗଡରେ ହୋଇଥିବା ସମବାୟ ଋଣ ଜାଲିଆତିରେ ପୁଲିସ ଆରମ୍ଭ କରିଛି ଗିରଫଦାରି । ଗୁରୁଡ଼ିଝାଟିଆ ସମବାୟ ସମିତି ଋଣ ଜାଲିଆତି ମାମଲାରେ ୬ ଜଣଙ୍କୁ ଗିରଫ କରିଛି ପୁଲିସ୍। ଚାଷୀଙ୍କୁ ଋଣ ଦେବାରେ ହୋଇଛି ବ୍ୟାପକ ଦୁର୍ନୀତି ଓ ଏଥିରେ ସମବାୟ ସମିତିର କର୍ମଚାରୀ, ସଦସ୍ୟ ସମ୍ପୃକ୍ତ ଥିବା ଚୌଦ୍ୱାର ଏସ୍ଡିପିଓ ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତି।
ଶହ ଶହ ଚାଷୀଙ୍କ ନାଁରେ ଏମାନେ ଗୁରୁଡ଼ିଝାଟିଆ ସମବାୟ ସମିତିରୁ ଜାଲିଆତି କରି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଋଣ କରି ହଡ଼ପ କରିଥିବା ନେଇ ଗୁରୁଡୁଝାଟିଆ ଥାନାରେ ଏତଲା ହୋଇଥିଲା। ଦୁର୍ନୀତିରେ ସମିତର ସଦସ୍ୟ, କର୍ମଚାରୀ ସମ୍ପୃକ୍ତ ଥିବା ଜଣାପଡିବା ପରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ପିଅନ ପ୍ରବୋଧ ରଞ୍ଜନ ପରିଡ଼ା, ଆସିଷ୍ଟାଣ୍ଟ ସେକ୍ରେଟାରୀ ସଂଗ୍ରାମ କେଶରୀ ସାହୁ, ସେକ୍ରେଟାରୀ ବିଜୟ କୁମାର ଦାସ ଏବଂ ଆଠଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କର କାଉଣ୍ଟର କ୍ଲର୍କ ଚିତ୍ରାନନ୍ଦ ଜେନା, ସୁପରଭାଇଜର ନିରଞ୍ଜନ ପରିଡ଼ା ଓ କ୍ୟାସିଅର ବାବାଜୀ ଚରଣ ପ୍ରଧାନ ରହିଛନ୍ତି।

 

Related posts

ଚାନ୍ଦବାଲି ପରେ ଦୟାଲ ଆଶ୍ରମରେ କ୍ରାଇମବ୍ରାଞ୍ଚର କ୍ରାଇମ ସିନ୍ ରିକ୍ରିଏସନ

mahabharatanews

ଅନଲାଇନ୍ ସପିଂ ସାଇଟରୁ ୫୫,୦୦୦ ଟଙ୍କିଆ ଫୋନ୍ ମଗାଇଥିଲେ, ଆସିଲା ଚା’ କପ୍

mahabharatanews

କାଜୁ ପାର୍ସଲ ନାମରେ ଗଞ୍ଜେଇ ଚାଲାଣ: ୨ ଗିରଫ

mahabharatanews