ଅପରାଧ

ଏଟିଏମ ଲୁଟ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ସୋର ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏଟିଏମ ଲୁଟ ହୋଇଛି । ସୋର ଛକ ନିକଟରେ ଥିବା ଦୁଇଟି ଏଟିଏମକୁ ଲୁଟ ଉଦ୍ୟମ କରାଯାଇଥିଲା । ତେବେ ଲୁଟେରାମାନେ ଗୋଟିଏ ଏଟିଏମରୁ କ୍ୟାସ ଡ୍ରୟରକୁ କାଟି ଲକ୍ଷଲକ୍ଷ ଟଙ୍କା ଲୁଟ କରିନେଇଥିବା ଜଣା ପଡିଛି । ଅନ୍ୟଟିକୁ ଲୁଟ ଉଦ୍ୟମ କରିଥିଲେ ମଧ୍ୟ ଏଥିରେ ଲୁଟେରା ବିଫଳ ହୋଇଛନ୍ତି । ପୂର୍ବରୁ ମଧ୍ୟ ଏହି ଏଟିଏମରୁ ଚୋରୀ ହୋଇଥିଲା।
ବାଗୁଡି ବଜାର ଏକ୍ସିସ୍ ବ୍ୟାଙ୍କ ଏଟିଏମ କ୍ୟାମେରାକୁ ବ୍ଲାକ ସ୍ପ୍ରେ କରି ଚୋରମାନେ ଲୁଟ ଉଦ୍ୟମ କରିଥିବା ବେଳେ କିନ୍ତୁ ବିଫଳ ହୋଇଥିବା ଜଣାପଡ଼ିଛି। ସିକ୍ୟୁରିଟି ଥିବାରୁ ଏହି ଏଟିଏମରୁ ଲୁଟ ସମ୍ଭବ ହୋଇ ପାରି ନାହିଁ। ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related posts

ଚେନ୍ନାଇରେ ପ୍ରେମିକାକୁ ହତ୍ୟା କରି ପ୍ରେମିକ ଫେରାର

mahabharatanews

ପୋଲିସ ହାତରେ ୬ ଲୁଟେରା

mahabharatanews

ବରିଷ୍ଠ ଆଇପିଏସ ସାଇବର ଅପରାଧିଙ୍କ ଟାର୍ଗେଟରେ 

mahabharatanews