ଓଡିଶା

ସମ୍ଭାବ୍ୟ ମରୁଡି ପରିଚାଳନା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ

ଭୁବନେଶ୍ୱର: ନିଅଣ୍ଟିଆ ବର୍ଷା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତରେ ଚାଲିଥିବା ବୈଠକ ଅନୁଷ୍ଠିତ ହୋଇଯାଇଛି । ନିଅଣ୍ଟିଆ ବର୍ଷାକୁ ଦେଖି ରାଜ୍ୟରେ ମରୁଡି ସମ୍ଭାବନା ଦେଖା ଦେଇଛି । ଏହି ସମ୍ଭାବ୍ୟ ମରୁଡି ନେଇ ବୈଠକରେ ଆକ୍ସନ ପ୍ଲାନ୍ ପ୍ରସ୍ତୁତି ହୋଇଛି । ବୈଠକ ପରେ ଏନେଇ ସୂଚନା ଦିଆଯାଇଛି ।
କୃଷି ସଚିବ ଏସ କେ ବିଶିଷ୍ଟ କହିଛନ୍ତି, ଚଳିତ ବର୍ଷ ରାଜ୍ୟର ୧୫ ଜିଲ୍ଲାର ୩୦ଟି ବ୍ଲକରେ ସ୍ୱାଭାବିକଠୁ କମ୍ ବର୍ଷା ହୋଇଛି । ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ବର୍ଷା କମ ହୋଇଥିବା ସ୍ଥାନରେ ଉଠା ଜଳସେଚନ ପଏଣ୍ଟକୁ ସକ୍ରିୟ କରାଯିବ । ପ୍ରତି ପାଣି ପଞ୍ଚାୟତରେ ଜଳସେଚନକୁ ନେଇ ଆକ୍ସନ ପ୍ଲାନ୍ କରାଯିବ । ଅନ୍ୟ ଜଳସେଚନ ସୁବିଧାକୁ ଆହୁରି ସକ୍ରିୟ କରାଯିବ । କୃଷି ଶ୍ରମିକମାନଙ୍କୁ ମନରେଗା ଓ ଅନ୍ୟ ସରକାରୀ ଯୋଜନାରେ ସାମିଲ କରାଯାଇ କାମ ଦିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

 

Related posts

ଆମ୍ବୁଲାନ୍ସ ଟ୍ରେଲର ମୁହାଁମୁହିଁ ଧକ୍କା; ୪ ମୃତ

mahabharatanews

ପାଟଣା ବ୍ଲକର ୧୧ଟି ସେଣ୍ଟରରେ ୧୭୪୮ ମାଟ୍ରିକ୍ ପରୀକ୍ଷାର୍ଥୀ

mahabharatanews

ବିଷ ପିଇ ବୃଦ୍ଧଙ୍କ ଆତ୍ମହତ୍ୟା

mahabharatanews