ଅପରାଧ

ନଗଡାରେ ହରିଲୁଟ

ଯାଜପୁର: ଦିନେ ଅପପୁଷ୍ଟି ରୋଗର ପରିଚୟ ବୋଲି କୁହାଯାଉଥିଲା ଯାଜପୁର ଜିଲ୍ଲା ନଗଡାକୁ । ୨୦୧୬ ମସିହାରେ ଅପପୁଷ୍ଟି ରୋଗକୁ ନେଇ ଖୁବ ଚର୍ଚ୍ଚାରେ ରହିଥିଲା ନଗଡା । ଏବେ ମଧ୍ୟ ପୁଣି ଥରେ ନଗଡା ଅଞ୍ଚଳ ଚର୍ଚ୍ଚାର ଘେରକୁ ଆସିଛି । ତେବେ ଏଥର ଅପପୁଷ୍ଟି ପାଇଁ ନୁହେଁ, ବରଂ କିଛି ଘୋଟାଲାକୁ ନେଇ ଚର୍ଚ୍ଚାରେ । ଟେଣ୍ଡର ନାଁରେ ଏହି ଅଞ୍ଚଳରେ ଲକ୍ଷଲକ୍ଷ ଟଙ୍କାର ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ସତ୍ତେ୍ୱ ଏହି ରାସ୍ତାକୁ ପୁଣି ଥରେ ତିଆରି କରୁଥିବା ଆସିଛି ଅଭିଯୋଗ । ଯାହା ଦ୍ୱାରା ଠିକାଦାର ଏବଂ ଅଧିକାରୀମାନେ ମାଲାମାଲ ହେଉଥିବା ବେଳେ ଡିଏମଏଫ ଫଣ୍ଡର ଖୋଲାଖୋଲି ଭାବେ ଦୂରୁପଯୋଗ କରାଯାଉଛି ।


ନଗଡାରେ ରାସ୍ତା, ଡ୍ରେନ, ମେଡିକାଲ, ସ୍କୁଲ ଏବଂ ବିଦ୍ୟୁତ ଇତ୍ୟାଦି ଯୋଗାଇବା ପାଇଁ କୋଟି କୋଟି ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଥିଲା । କିନ୍ତୁ ଏଠାରେ ଟେଣ୍ଡର ନାଁରେ କାମ ବଦଳରେ ଚାଲୁ ରହିଛି ଲକ୍ଷଲକ୍ଷ ଟଙ୍କାର ସ୍କାମ ।  ଏଥିସହ ପାହାଡି ଇଲାକାର ଏସବୁ କାମଗୁଡିକର ତଦାରଖ ପାଇଁ କେହି ନିୟୋଜିତ ନଥିବାରୁ ଏସବୁ ଘଟରା ପଦାକୁ ମଧ୍ୟ ଆସିପାରୁ ନାହିଁ । ତେବେ ଏ ଘଟଣା ଉପରେ ଅଭିଯୋଗ ପାଇବା ପେରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି ଏବଂ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି ।
ଯେଉଁ ରାସ୍ତାର ନିର୍ମାଣ କାର୍ଯ୍ୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା ଚାଲୁ ରହିଛି, ଏହାକୁ ପୁଣି ସେହି ରାସ୍ତାକୁ ତିଆରି କରାଯାଇଥିବା ଅଭିଯୋଗ ହୋଇଛି । ଏଥିସହ ଅଶୋକଝର ନିକଟରୁ ତଳନଗଡା ପର୍ଯ୍ୟନ୍ତ ରାସ୍ତାକୁ ଗୁପ୍ତ ଟେଣ୍ଡର ରଖି ୪୫ ଲକ୍ଷ ହଡ଼ପ କରିବା ସହ ଏହି ସବୁ କାମ ନିମ୍ନମାନର ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ପୁରୁଣା ଡ୍ରେନ ଏବଂ ରାସ୍ତାଗୁଡିକୁ ଦେଖାଇ ସେସବୁର ବିଲ କରାଯାଉଛି । ତେବେ ଏହାର ବିଧିବଦ୍ଧ ଭାବରେ ତଦନ୍ତ କରାଯିବା ପାଇଁ ଟେଣ୍ଡର ଅନୁସାରେ ପ୍ରସନ୍ନ ସାମଲ ନାମକ ଜଣେ ସମାଜସେବୀ କହିଛନ୍ତି ।

Related posts

ହାତୀ ଛୁଆ ହତ୍ୟାର ପର୍ଦ୍ଦାଫାସ୍: ବନ ବିଭାଗ ହାତରେ ଶିକାରୀ

mahabharatanews

ହରିଣ ମାଂସ ଜବତ, ୧ ଗିରଫ

mahabharatanews

ବୀରଭୂମ ହିଂସା: ପୁଣି ଜଣେ ଟିଏମସି ନେତାଙ୍କୁ ଗୁଳିକରି ହତ୍ୟା

mahabharatanews