ଅପରାଧ

ବୋହୁ କରୁଥିଲା ରାସଲିଳା ! ଶ୍ୱଶୁର ସାଜିଲା ହତ୍ୟାକାରୀ

(ରିପୋଟର୍ସଟୁଡେ) ; ବୋହୁ ପାଇଁ ଶ୍ୱଶୁର ସାଜିଲା ହତ୍ୟାକାରି । ଭଡାଟିଆଙ୍କ ସହ ବୋହୁ ରଖିଥିଲା ଅନୈତିକ ସମ୍ପର୍କ । ଆଉ ଏହି ସମ୍ପର୍କ ଶ୍ୱଶୁରକୁ ସଜେଇଦେଲା ହତ୍ୟାକାରୀ । ବୋହୁ ସମେତ ୪ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲା ଶ୍ୱଶୁର । ଏଭଳି ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି ଦିଲ୍ଲୀର ଗୁରୁଗ୍ରାମ ଅଞ୍ଚଳରେ । ସୂଚନା ଅନୁଯାୟୀ ଭଡ଼ାଟିଆ ସହ ବୋହୂର ଅନୈତିକ ସମ୍ପର୍କ ସନ୍ଦେହ କରି ଜଣେ ଘର ମାଲିକ ବର୍ବର କାଣ୍ଡ ଘଟାଇଛନ୍ତି। ଘର ମାଲିକ ଜଣଙ୍କ ତାଙ୍କ ବୋହୂ, ଭଡାଟିଆ, ଭଡାଟିଆର ସ୍ତ୍ରୀ ଓ ଜଣେ ପିଲାକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଘର ମାଲିକଙ୍କ ଆକ୍ରମଣରେ ଭଡାଟିଆର ଆଉ ଜଣେ ଶିଶୁ ଗୁରୁତର ଆହତ ହୋଇଛନ୍ତି। ହତ୍ୟାକାଣ୍ଡ ପରେ ଘର ମାଲିକ ନିଜେ ଗୁରୁଗ୍ରାମ ରାଜେନ୍ଦ୍ର ଥାନାରେ ଆତ୍ମସମର୍ପଣ କରିଛନ୍ତି। ପୋଲିସ ହତ୍ୟାକାରୀଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।ଏନେଇ ଡିସିପି କହିଛନ୍ତି ଯେ, ଗୋଟିଏ ଘରୁ ୪ଟି ମୃତଦେହ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏକ ଧାରୁଆ ଅସ୍ତ୍ରରେ ସମସ୍ତଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଅପର ପକ୍ଷରେ ଅନ୍ୟ ଜଣେ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କର ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସା ଚାଲିଛି।

Related posts

ଶିକ୍ଷକ ଦମ୍ପତିଙ୍କୁ ଭୁଜାଲିରେ ଆକ୍ରମଣ କଲେ ତିନ ଦୁର୍ବୁତ୍ତ

mahabharatanews

ବନ୍ଧା ହେଲା ବ୍ରାଉନସୁଗାର ବେପାରୀ

mahabharatanews

ବରମୁଣ୍ଡା ବ୍ରିଜ୍ ତଳୁ ଉଲଗ୍ନ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews