Uncategorized

୩ ଆତଙ୍କୀ ପୁଣି ଢେର

ଶ୍ରୀନଗର: ଜମ୍ମୁ କଶ୍ମୀରରେ ପୁଣି ସୁରକ୍ଷାକର୍ମୀଙ୍କୁ ମିଳଛି ବଡ ସଫଳତା । ସୋପରରେ ଚାଲିଥିବା ମାଓ ଏନକାଉଣ୍ଟରରେ ପୁଣି ୩ ଜଣଙ୍କୁ ଢେର କରିଛି ସୁରକ୍ଷାକର୍ମୀ । ଏହି ୩ ଜଣଙ୍କ ସହ ସୁରକ୍ଷାକର୍ମୀ ଚଳିତ ବର୍ଷ ମୋଟ ୧୦୦ ଜଣ ଆତଙ୍କୀଙ୍କ ମୁଣ୍ଡ ଗଡାଇଛନ୍ତି । ଏ ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ସୋପରର ଗୋଟିଏ ଗାଁରେ କିଛି ଆତଙ୍କୀ ଲୁଚି ରହିଥିବା ଖବର ପାଇବା ପରେ ଆରମ୍ଭ ହୋଇଥିଲା ସିଆରଏଫ, ଆର୍ମି ଏବଂ ପୋଲିସର ଏକ ମିଳିତ ଅପରେସନ । ସାରା ଅଞ୍ଚଳକୁ କର୍ଡନ କରିବାକୁ ଉଦ୍ୟମ କରୁଥିବା ବେଳେ ହଠାତ ଗୁଳି ଚଳାଇବା ଆରମ୍ଭ କରିଥିଲେ ଆତଙ୍କୀ । ତେବେ ଏହାର ଉଚିତ ଜବାବ ମଧ୍ୟ ଦେଇଥିଲା ସୁରକ୍ଷା ବାହିନୀ । ଦୀର୍ଘ ସମୟ ଧରି ଚାଳିଥିବା ଗୁଳି ବିନିମୟରେ ଶେଷରେ ୩ ଜଣ ଆତଙ୍କୀ ଏନକାଉଣ୍ଟରରେ ନିହତ ହୋଇଥିବା ସୂଚନା ମିଳିଛି । ଅପରେସନ ବେଳେ ଆତଙ୍କୀମାନେ ଲୁଚି ରହିଥିବା ଘରକୁ ସଂପୂର୍ଣ୍ଣ ଭାବେ ଧ୍ୱଂସ କରିଦିଆଯାଇଛି। ଏହି ଘର ପାଖରେ ଥିବା ଆଉ ଗୋଟିଏ ବିଲଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

Related posts

୨୪ ଘଣ୍ଟାରେ ଭାରତରେ ୫୩ ହଜାର ୬୦୧ ନୂଆ କରୋନା ଆକ୍ରାନ୍ତ

mahabharatanews

ସନ୍ଧ୍ୟା ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଚଟପଟା ‘ସୁଜି ଆପେ’

mahabharatanews

ଆଉ ୪୭ ପିଏଫଆଇ ସଦସ୍ୟ ଗିରଫ

mahabharatanews