Uncategorized

ତାଲିବାନ ଆକ୍ରମଣରେ ୨୦ ଆଫଗାନ ସୈନିକଙ୍କ ମୃତ୍ୟୁ

କାବୁଲ: ଆମେରିକା ଓ ତାଲିବାନ ମଧ୍ୟରେ ୨୯ ଫେବୃଆରୀରେ ହୋଇଥିବା ଶାନ୍ତି ରାଜିନାମା ୪୮ ଘଣ୍ଟା ନ ପୁରୁଣୁ ଶେଷ ହୋଇ ଯାଇଛି । ଏହାର ମାତ୍ର ୨ ଦିନ ମଧ୍ୟରେ ସେଠାର ସ୍ଥିତି ବିଗିଡିବାରେ ଲାଗିଛି । ବୁଧବାର ଆମେରିକା ତାଲିବାନର ସୈନ୍ୟ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କରିଛି । ବୁଧବାର ଭୋର ସମୟରେ ଆଫଗାନିସ୍ତାନ ସେନା ଉପରକୁ ତାଲିବାନ ଆକ୍ରମଣ କରିବାରୁ ଆମେରିକା ସେନା ପକ୍ଷରୁ ଏହି ଏୟାରଷ୍ଟ୍ରାଇକ କରାଯାଇଛି । ଆଫଗାନିସ୍ତାନର ହେଲମଣ୍ଡ ଅଞ୍ଚଳରେ ଏହି ଏୟାରଷ୍ଟ୍ରାଇକ ହୋଇଛି । ସମାଚାର ଏଜେନ୍ସି ରଏଟର ଅନୁସାରେ, ଆମେରିକା ସେନା ଏହି ଏୟାର ଷ୍ଟ୍ରାଇକ ସମ୍ପର୍କରେ ସୂଚନା ଦେଇଛି । ତାଲିବାନ ଆକ୍ରମଣରେ ଆଫଗାନିସ୍ତାନର ପ୍ରାୟ ୨୦ ଜଣ ମୃତ୍ୟୁ ବରଣ କରିଥିଲେ ।

ଆମେରିକା ଓ ତାଲିବାନ ମଧ୍ୟରେ ଶାନ୍ତି ରାଜିନାମା ହେବା ପରେ ତାଲିବାନ ଆଫଗାନରେ ବନ୍ଦୀ ଥିବା ସୈନ୍ୟଙ୍କୁ ଛାଡିବାକୁ କହିଥିଲା । କିନ୍ତୁ ଆଫଗାନିସ୍ତାନ ଏଥିରେ ରାଜି ହୋଇ ନ ଥିଲା । ଏହା ପରେ ତାଲିବାନ ଶାନ୍ତି ରାଜିନାମାକୁ ଅସ୍ୱୀକାର କରିଥିଲା ଓ ସୋମବାର ଏକ ଆକ୍ରମଣ କରିଥିଲା । ଏହା ପରେ ଆଜି ଭୋରୁ ଆଫଗାନିସ୍ତାନ ସେନା ଛାଉଣୀ ଉପରେ ଆକ୍ରମଣ କରିଥିଲା । ତାଲିବାନ ପକ୍ଷରୁ କୁନ୍ଦୁଜ ଅଞ୍ଚଳରେ ଥିବା ତିନୋଟି ଆଫଗାନ ଛାଉଣୁ ଉପରେ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ପ୍ରାୟ ୨୦ ଆଫଗାନୀ ସୈନିକଙ୍କ ମୃତ୍ୟୁ ହୋଇଛି ।

Related posts

ନର୍କ ଗୁମ୍ପା

mahabharatanews

ଜାଣନ୍ତୁ ରାମ ମନ୍ଦିର ନିର୍ମାଣ କେବେ ଶେଷ ହେବ

mahabharatanews

ଦିଲ୍ଲୀ-ଲୁଧିଆନା ବିମାନର ୧ ଯାତ୍ରୀ କରୋନା ପଜିଟିଭ୍

mahabharatanews