ଅପରାଧ

ମିଶନ ଶକ୍ତି ଅଧ୍ୟକ୍ଷାଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ

ନୟାଗଡ: ନୟାଗଡ ଜିଲ୍ଲା ଭାପୁର ବ୍ଲକରେ ମିଶନଶକ୍ତି ଗୃହ ନିର୍ମାଣରେ ବ୍ୟାପକ ଦୁର୍ନୀତି ନେଇ ରାଜ୍ୟ ମିଶନ ଶକ୍ତି ବିଭାଗ ଅଧ୍ୟାକ୍ଷାଙ୍କ ନିକଟରେ ହୋଇଥିଲା ଅଭିଯୋଗ । ଗୃହ ନିର୍ମାଣ ନ କରି ସାଢେ ୪ କୋଟି ଟଙ୍କା ହରିଲୁଟ କରାଯାଇଥିବା ଅଭିଯୋଗ କରିଥିଲେ ମିଶନ ଶକ୍ତିର ଭାପୁର ସଦସ୍ୟା ମାନେ । ଏଥିସହ ଦୁର୍ନୀତିରେ ସଂଶ୍ଳିଷ୍ଟ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ ।
ମିଶନ ଶକ୍ତି ସଦସ୍ୟାଙ୍କ ଅଭିଯୋଗ ପରେ ବିଭାଗୀୟ ଅଧ୍ୟକ୍ଷା ସୁଜାତା ଆର କାର୍ତ୍ତିକେୟନ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ମୁତାବକ ତିନି ଜଣିଆ ଟିମ ଭାପୁର ଯାଇ ଉପରୋକ୍ତ ଅଭିଯୋଗର ସତ୍ୟାସତ୍ୟ ଅନୁଧ୍ୟାନ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ନୟାଗଡ ଜିଲ୍ଲା ପ୍ରଶାସନ ତରଫରୁ ୩ ଜଣିଆ ପ୍ରତିନିଧି ଦଳ ଭାପୁର ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରୁ ବ୍ଲକ ସହକାରୀ ନିର୍ବାହୀ ଅଧିକାରୀ ବୃନ୍ଦାବନ ବରିହାଁ, ଫତେଗଡ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ସେଠୀ ମିଳିତ ଭାବରେ ଫତେଗଡ ପଞ୍ଚାୟତ କାର୍ଯ୍ୟାଳୟରେ ପରିସରରେ ଥିବା ଗୃହ ଦେଖିବା ସହିତ ଭାପୁର ପଞ୍ଚାୟତ କାର୍ଯ୍ୟାଳୟ , ବଡସହରା ଏବଂ ବାଇଗୁଣିଆ ପଞ୍ଚାୟତଗୁଡିକ ବୁଲି ଦେଖିଥିଲେ ।

 

Related posts

ଟ୍ରେନ ଭିତରେ ମାଡି ବସିଲା ପୋଲିସ

mahabharatanews

ଭୂଟାନରୁ ଫେରି ମେଡିକାଲରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

mahabharatanews

ଦୂତୀ ଚାନ୍ଦ ଦୁଇ ଜଣକ ନାମରେ ଆଣିଲେ ଅଭିଯୋଗ

mahabharatanews