ଓଡିଶା

ରାସ୍ତାକଡରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ଭଦ୍ରକ: ରାସ୍ତାକଡରୁ ଉଦ୍ଧାର ହୋଇଛି ନବଜାତ ଶିଶୁର ମୃତଦେହ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାସ୍ତାର ବାଲିବିଲି ଛକ ନିକଟରେ । ଏଠାରେ ଏକ ଶିଶୁର ମୃଦେହ ପଡିତିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ନବଜାତ ଶିଶୁଟି କନ୍ୟା ସନ୍ତାନ ବୋଲି ସନ୍ଦେହ କରାଯାଉଥିବା ବେଳେ କେହି ଜନ୍ମ ଦେଇ ରାସ୍ତାକଡକୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ତେବେ ପ୍ରକୃତ ଘଟଣା ଏ ପର୍ଯ୍ୟନ୍ତ ସାମନାକୁ ଆସିନାହିଁ । ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ।

Related posts

ଯବାନ ଓ ମାଓବାଦୀ ମୁହାଁମୁହିଁ, ଦୁଇ ଘଣ୍ଟା ଗୁଳିବିନିମୟ

mahabharatanews

ଭୁଶୁଡ଼ିଲା ବିମାନବନ୍ଦରର ନିର୍ମାଣଧୀନ ଛାତ, ସିବିଆଇ ତଦନ୍ତ ଦାବୀ କଲା କଂଗ୍ରେସ

mahabharatanews

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ବାହୁଡା଼ ଯାତ୍ରା ସମ୍ପୂର୍ଣ୍ଣ

mahabharatanews