ଓଡିଶା

୭୦% ସିଲାବସରେ ଚଳିତ ବର୍ଷ +୨ ପାଠ୍ୟକ୍ରମ ପ୍ରସ୍ତୁତ ହେବ

ଭୁବନେଶ୍ୱର: ଗତବର୍ଷ ପରି ଚଳିତ ବର୍ଷ ଯୁକ୍ତ ଦୁଇ ସିଲାବସ୍ ହ୍ରାସ ପାଇବ । ଏବର୍ଷ ମଧ୍ୟ ଯୁକ୍ତ ଦୁଇରେ ସିଲାବସ୍କୁ ୩୦% ହ୍ରାସ କରାଯାଇ ୭୦% ରଖା ଯିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାଉନସିଲ୍ ବୈଠକରେ ନିଷ୍ପତ୍ତି ହୋଇଛି । ପ୍ରଥମ ବର୍ଷ ଶେଷ ଓ ୨ୟ ବର୍ଷ ଶେଷରେ ବାର୍ଷିକ ପରୀକ୍ଷା ହେବ । ଏହା ବ୍ୟତୀତ ପ୍ରତିବର୍ଷ ୩ଟି ଇଣ୍ଟରନାଲ୍ ଓ ଗୋଟିଏ ବାର୍ଷିକ ପରୀକ୍ଷା ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ତୁଷାରକାନ୍ତି ତ୍ରିପାଠୀ ସୂଚନା ଦେଇଛନ୍ତି ।
ମହାମାରୀ ପାଇଁ ପରୀକ୍ଷା ବନ୍ଦ ହେଲେ ଟର୍ମିନାଲ ପରୀକ୍ଷା ଭିତ୍ତିରେ ରେଜଲ୍ଟ ପ୍ରକାଶ ପାଇବ । ପ୍ରତି କ୍ୱାଟରରେ ୩୦ ମାର୍କ ବିଶିଷ୍ଟ ଟର୍ମିନାଲ ପରୀକ୍ଷା ହେବ । ୩୦ ନମ୍ବରରୁ ୨୦ ନମ୍ବର ଥିଓରୀ ଓ ୧୦ ନମ୍ବର ପ୍ରାକ୍ଟିକାଲ ରହିବ । ସମସ୍ତ ଟର୍ମିନାଲ୍ ପରୀକ୍ଷା ସଂପୃକ୍ତ କଲେଜ୍ ପରିଚାଳନା କରିବ । ପ୍ରଥମ ବର୍ଷ ଶେଷରେ ଓ ୨ୟ ବର୍ଷ ଶେଷରେ ବାର୍ଷିକ ପରୀକ୍ଷା କରାଯିବ । ମହାମାରୀ ସ୍ଥିତି ଉପଜୁିଲେ ବାର୍ଷିକ ପରୀକ୍ଷାକୁ ଆଧାର କରି ରେଜଲ୍ଟ ବାହାରିବ ।

 

Related posts

ସରପଞ୍ଚଙ୍କ ଅବହେଳା ଯୋଗୁଁ ପଞ୍ଚାୟତବାସୀଙ୍କୁ ବ୍ୟାପିପାରେ କରୋନା

mahabharatanews

୭୧ ଜଣ ଙ୍କୁ ଅବୈଧ ବାଂଲାଦେଶୀ ଭାବେ ଚିହ୍ନଟ କରାଯାଇଛି

mahabharatanews

ଅସଦାଚରଣ ମାମଲା; ସୌରୀନ ଓ ସମ୍ପୃକ୍ତ ଯୁବତୀ ଦୁଇ ବନ୍ଧୁ 

mahabharatanews