Uncategorized

୫୦୦ ଏବଂ ୨୦୦୦ ଟଙ୍କିଆ ନୋଟରେ ଭର୍ତ୍ତି ରେଳ ଧାରଣା

ତାମିଲନାଡୁ: ରେଳ ଟ୍ରାକକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଦେଖଣାହାରୀ ଲୋକେ । ନିଜ ଆଖି ଏବଂ ଦେଖୁଥିବା ଦୃଶ୍ୟକୁ ବିଶ୍ୱାସ କରିପାରି ନାହାନ୍ତି ସେଠାରେ ଉପସ୍ଥିତ ଥିବା କୌଣସି ବ୍ୟକ୍ତି । ଏ ଘଟଣା ହେଉଛି ତାମିଲନାଡୁର ଧର୍ମପୁରୀର । ରେଳ ଧାରଣାରେ ନଥିଲା ରେଳ, କିନ୍ତୁ ଯାହା ଥିଲା ତାହାକୁ ଦେଖି ସାରା ଅଞ୍ଚଳତାଜୁବ ହୋଇଯାଇଥିଲା । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


କେବଳ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟରେ ଭର୍ତ୍ତି ହୋଇଯାଇଥିଲା ରେଳ ଧାରଣା । ତେବେ ରେଳ କର୍ମଚାରୀମାନେ ଏହାକୁ ଦେକି ନେବାକୁ ଟଙ୍କା ପାଖରେ ପହଞ୍ଚିବାରୁ ଦେଖିଥିଲେ ଯେ ଏସବୁ ନକଲି ନୋଟ । ଏହାପରେ ରେଲୱେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବାଙ୍ଗାଲୋରର ଥୋପୁର ନିକଟସ୍ଥ ସାଲେମ ରେଳ ଲାଇନ ରକ୍ଷଣାବେକ୍ଷଣ ଯାଞ୍ଚ କରୁଥିଲେ ରେଳ ଅଧିକାରୀ ରାମକୁମାର । ଏହି ସମୟରେ ଟ୍ରାକରେ ୫୦୦ ଏବଂ ୨୦୦୦ ଟଙ୍କା ପଡିଥିବା ଦେଖି ରେଲୱେ ପୋଲିସକୁ ସୂଚନା ଦେଇଥିଲେ । ପରେ ସବ୍-ଇନ୍ସପେକ୍ଟର ଭେଙ୍କଟାଚାଲାମଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ନୋଟ୍ ସବୁ ଜବତ କରାଯିବା ପରେ ଯାଞ୍ଚ କରାଯାଇଥିଲା । ନୋଟରେ କାର୍ଟୁନର ଚିତ୍ର ଥିବାରୁ ଏସବୁ ନୋଟ ନକଲି ବୋଲି ଜଣାପଡିଥିଲା ।

Related posts

କରୋନା ଚିକିତ୍ସା ପାଇଁ ଆୟୁର୍ବେଦିକ ଔଷଧ କରୋନିଲ ଲଞ୍ଚ ହେବ 

mahabharatanews

‘ଡ୍ରାମେବାଜ’ କହିବା ମହଙ୍ଗା ପଡିଲା ଅଧିକାରୀଙ୍କୁ

mahabharatanews

କିମ୍‌ଙ୍କ ଚିକିତ୍ସା ପାଇଁ ଚୀନ ପଠାଇଲା ବିଶେଷଜ୍ଞ ଦଳ

mahabharatanews