ଓଡିଶା

ଧରା ପଡ଼ିଲେ ୩ ନକଲି ଚାଷୀ

(ସୂର୍ୟ୍ୟକାନ୍ତ ବେହେରା / ମାଲକାନଗିରି) : ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣ କାର୍ୟ୍ୟ ଚାଲିଛି । ଆଦିବାସୀ ବହୁଳ କାଲିମେଳା ବହୁମୁଖୀ ସମବାୟ ସେବା ସମିତିରେ ମଣ୍ଡି କାର୍ଡ ହାତେଇବାକୁ ଭୁଲ ତଥ୍ୟ ଓ ଜାଲ ପଟ୍ଟା ଦାଖଲ କରି ୩ ନକଲି ଚାଷୀ ଧରା ପଡିଛନ୍ତି । କାଲିମେଳା ତହସିଲଦାର ମଧ୍ୟ ଦାଖଲ ହୋଇଥିବା ପଟ୍ଟାଗୁଡିକ ନକଲି ବୋଲି ଚିହ୍ନଟ କରି ବହୁମୁଖୀ ସମବାୟ ସେବା ସମିତିକୁ ଜଣାଇଛନ୍ତି । କାଲିମେଳା ବହୁମୁଖୀ ସମବାୟ ସେବା ସମିତିରେ ନକଲି ଚାଷୀ ଧାନବିକ୍ରି କରିବା କଥା କିଛି ନୂଆ ନୁହଁ , ପ୍ରତିବର୍ଷ ଭଳି ନକଲି ଚାଷୀ ଓ ଦଲାଲ ଧାନ ବିକ୍ରି କରୁଥିବା ବେଳେ ପ୍ରକୃତ ଚାଷୀ ଧାନବିକ୍ରି କରିବାରୁ ବଞ୍ଚିତ ହେଉଛନ୍ତି । ବହୁମୁଖୀ ସମବାୟ ସେବା ସମିତି ପରିଚାଳନା ନିର୍ଦ୍ଦେଶକ ଚନ୍ଦନ କୁମାର ମଦଳାଙ୍କୁ ପଚାରିବାରୁ ୩ ଜଣ ନକଲି ଚାଷୀ ବାହାରିଛନ୍ତି । ଏହି ୩ ଜଣ ଭୁଲ ତଥ୍ୟ ଦେଇଥିବାରୁ ସେମାନଙ୍କ ନାମରେ କାଲିମେଳା ଥାନାରେ ମାମଲା ରୁଜୁ କରାଯିବା ସହ ଯାଞ୍ଚ ଚାଲିଛି ବୋଲି ସେ କହିଛନ୍ତି ।

 

Related posts

ଦୁର୍ନୀତିମୁକ୍ତ ଦିଗରେ କାମ କରିବ ସାଲେପୁର ପ୍ରାଣୀ ଚିକିତ୍ସାଳୟ

mahabharatanews

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

mahabharatanews

ଆସନ୍ତାକାଲିଠାରୁ ସ୍ପେଶାଲ ଓଜେଇ ପରୀକ୍ଷା

mahabharatanews