ଓଡିଶା

କୋରୋନା ଟେଷ୍ଟ କରିବାକୁ ଯାଇ ଜଣେ ମୃତ

ତେଲକୋଇ: କୋରୋନା ଟେଷ୍ଟ କରିବାକୁ ଯିବା ସମମୟରେ ବାଟରେ ଘଟିଛି ଏକ ବିରାଟ ଅଘଟଣ । ନାଳରେ ବୁଡି ଜଣେ ବୟସ୍କ ବୃଦ୍ଧା ପ୍ରାଣ ହରାଇଛନ୍ତି । ଏମିତି ଏକ ଘଟଣା ଘଟିଛି ତେଲକୋଇ ଅଞ୍ଚଳ କରଦାଙ୍ଗ ପଞ୍ଚାୟତର ପୁରୁଣାପାଳି ନାଳ ନିକଟରେ । ଏହି ପଞ୍ଚାୟତର କ୍ଷେତ୍ରମୁଣ୍ଡା ସାହିରେ ରହୁଥିବା ଜେମାଦାର ମହାକୁଡ କୋରୋନା ଟେଷ୍ଟ କରିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ନିକଟ ସ୍କୁଲକୁ ଯାଉଥିଲେ । ବାଟରେ ପୁରୁଣାପାଳି ନାଳ ଅତିକ୍ରମ କରି ଯିବା ବେଳେ ହଠାତ ତାଭ୍କର ଗୋଡ ଖସିଯାଇଥିଲା । ଫଳରେ ପାଣିରେ ମୁହଁ ମାଡି ହୋି ପଡିବାରୁ ତାଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକେ ଏ ଘଟଣା ଦେଖି ଜେମାଦାରଙ୍କୁ ପାଣିରୁ ଉଦ୍ଧାର କରି କୂଳକୁ ଆଣିବା ସହ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ତେବେ ଆମ୍ବୁଲାନ୍ସ ଘଟରାସ୍ଥଳରେ ପହଞ୍ଚିବା ବେଳକୁ ବୃଦ୍ଧଙ୍କର ମୃତ୍ୟୁ ହୋଇସାରିଥିଲା । ଏହାପରେ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ସେମାନେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ତେଲକୋଇ ମେଡିକାଲକୁ ପଠାଇଥିଲେ ।

Related posts

ବର୍ଷାରେ ଭୁଶୁଡିଲା ଘରର କାନ୍ଥ : ୫ ଜଣଙ୍କ ମୃତ୍ୟୁ , ୪ ଗୁରୁତର

mahabharatanews

ମାର୍କେଟ ବିଲ୍ଡିଂ ବନ୍ଦ ଘଟଣାରେ ମୁହଁ ଖୋଲିଲେ ବିଏମ୍ସି କମିଶନର  

mahabharatanews

ଓଜେଇଇ ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ପରୀକ୍ଷା

mahabharatanews