ଓଡିଶା

ଯାଜପୁରରେ ଜନବସିତି ମୁହାଁ ଭାଲୁ

ଯାଜପୁର: ବିରଜା କ୍ଷେତ୍ର ଯାଜପୁରରେ ପୁଣି ଦେଖା ଦେଇଛି ଭାଲୁ ଆତଙ୍କ । ଭୋର ସମୟରେ ପୋଖରୀ ହୂଡାରେ ବୁଲୁଛି ଜଙ୍ଗଲୀପରେ ଗାଁ ଲୋକେ ଏବେ ଭୟଭୀତ ଅବସ୍ଥାରେ ରହୁଛନ୍ତି ।
ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ଗାଁ ଦାଣ୍ଡରେ ଏକ ଭାଲୁ ବୁଳୁଥିବାର ଦେଖିବାକୁ ମିଳିଛି । ଭୋର ସମୟରେ କିଛି ଲୋକ ଶୌଚ ହେବାକୁ ଯାଇଥିବା ସମୟରେ ଏହି ଭାଲୁଟିକୁ ଦେଖିଥିଲେ ଗାଁ ଲୋକେ । ଏହାପରେ ସେମାନେ ଭୟଭୀତ ହୋଇ ଗ୍ରାମବାସୀଙ୍କୁ ଡାକି ଭାଲୁଟିକୁ ଜଙ୍ଗଲ ଭିତରକୁ ଘଉଡାଇ ଦେଇଥିଲେ । କିନ୍ତୁ ଗତ କିଛି ଦିନ ହେଲା ଗାଁ ଦାଣ୍ଡରେ ଭାଲୁ ବୁଲୁଥିବା ଦେଖି ଗ୍ରାମବାସୀ ସମ୍ପୂର୍ଣ୍ଣ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ।
ସୂଚନା ଯୋଗ୍ୟ, ଗତ ସପ୍ତାହରେ ମଧ୍ୟ ଏକ ଭାଲୁ ଗାଁ ଦାଣ୍ଡରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ବନବିଭାଗକୁ ଖବର ଦେବା ପରେ ସେମାନେ ଆସି ଭାଲୁଟିକୁ ଜଙ୍ଗଲ ଭିତରକୁ ଘଉଡାଇଥିଲେ । ଏବେ ପୁଣି ଏହି ଘଟଣାର ପୁନରାବୃତ୍ତି ହେବା ପରେ ଗ୍ରାମବାସୀଙ୍କ ମନରେ ଭୟର ଚିତ୍ର ଦେଖାଯାଇଛି । ଏହାକୁ ନେଇ ବାରମ୍ବାର ବନବିଭାଗକୁ ଖବର ଦେବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେବେ ଏ ଦିଗରେ ଦୃଷ୍ଟି ଦେବାକୁ ନେଇ ଗ୍ରାମବାସୀଙ୍କ ଦାବି ହୋଇଛି ।

Related posts

ରାଜଭବନରେ ରାଜ୍ୟପାଳ ରଘୁବର ଦାସ

mahabharatanews

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

mahabharatanews

୩୦ ଜିଲ୍ଲା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ

mahabharatanews