Uncategorized

ବିଷ ପିଇ ଶାଳି ଭିଣୋଇଙ୍କ ଆତ୍ମହତ୍ୟା

(ବରେଲି) ; ଶାଳୀ-ଭିଣୋଇଙ୍କ ଚାଲିଥିଲା ରାସଲିଳା , କିନ୍ତୁ ଘର ଲୋକେ ବିରୋଧ କରିବାରୁ ବିଷ ପିଇ ଆତ୍ମହତ୍ୟା କଲେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବରେଲି ଜିଲ୍ଲାରେ । ଘଟଣା ଅନୁଯାୟି ବରେଲି ଜିଲ୍ଲାର ଭୋଜିପୁରା ସ୍ଥିତ ରାସ୍ତା କଡ଼ରେ ଜଣେ ପୁରୁଷ ଓ ମହିଳା ଚେତାଶୂନ୍ୟ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଥିଲା । ତେବେ ଦୁହେଁ ବିଷ ପିଇଥିବା ଜଣାପଡିଛି। ଏନେଇ ପୋଲିସ ସୂଚନା ପାଇଁ ତାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲା, କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ କହିବା ଅନୁଯାୟି ମୃତ ବ୍ୟକ୍ତି ଜଣକ ପିଲିବିଟ୍ ଜିଲ୍ଲାର ବାସିନ୍ଦା ଏବଂ ତାଙ୍କ ବୟସ ୨୬ ବର୍ଷ ହୋଇଥିବା ବେଳେ ସେ ଦେଖା କରିଥିବା ମହିଳା ଜଣଙ୍କ ତାଙ୍କ ପତ୍ନୀଙ୍କ ସାନ ଭଉଣୀ। ତେବେ ଧନପାଲ ସେହି ଗ୍ରାମରେ ବିବାହ କରିଥିଲେ। ତାଙ୍କ ଶାଶୁ ଘରକୁ ଯିବାବେଳେ ସେ ତାଙ୍କ ଶାଳୀ ଭୀମଲାଙ୍କ ପ୍ରେମରେ ପଡିଥିଲେ । ଏହି ବ୍ୟକ୍ତି ଜଣକ ତାଙ୍କ ଶାଳୀଙ୍କ ସହ ରାସଲିଳାକରୁଥିଲେ । କିନ୍ତୁ ସେମାନଙ୍କ ପରିବାର ସେମାନଙ୍କ ‘ସମ୍ପର୍କ’କୁ ବିରୋଧ କରୁଥିଲେ। ଏଥିପାଇଁ ଦୁହେଁ ସହି ନପାରି ସେଠାରୁ ପଳାଇ ଯାଇ ବିଷକୁ ପିଇ ଦେଇଥିଲେ। ଏହି ଘଟଣାର ସୂଚନା ପାଇବା ପରେ ପୋଲିସ୍ ଦୁହିଁଙ୍କୁ ଜିଲ୍ଲା ଡାକ୍ତର ଖାନାରେ ଭର୍ତ୍ତି କରିଥିଲା । ହେଲେ ପରେ ଦୁହିଁଙ୍କର ମୃତ୍ୟୁ ହୋଇଥିଲା । ତେବେ ପୋଷ୍ଟମର୍ଟମ୍ ପରେ ସେମାନଙ୍କ ମୃତଦେହକୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି ।

Related posts

ଜବତ ବିସ୍ଫୋରକ ଥିବା କାର ହିଜବୁଲ ମୁଜାହିଦ୍ଦିନ ଆତଙ୍କୀର

mahabharatanews

ତାପସ ପାଲଙ୍କ ମୃତ୍ୟୁ ପାଇଁ କେନ୍ଦ୍ର ଦାୟୀ: ମମତା

mahabharatanews

ବରିଷ୍ଠ ଆରଏସଏସ ପ୍ରଚାରକ ପି ପରମେଶ୍ୱରମଙ୍କ ପରଲୋକ

mahabharatanews