ଅପରାଧ

ଦୂତୀ ଚାନ୍ଦ ଦୁଇ ଜଣକ ନାମରେ ଆଣିଲେ ଅଭିଯୋଗ

ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମରେ ବିଭିନ୍ନ ନକରାତ୍ମକ ଟିପ୍ପଣୀ ଦେବା ନେଇ ଧାବିକା ଦୂତୀ ଚାନ୍ଦ ୨ ଜଣଙ୍କ ନାଁରେ ମହିଳା ଥାନାରେ ଅଭିଯୋଗ ଆଣିଛନ୍ତି। ଆଜି ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦୂତି ଚାନ୍ଦ ଏହି ସୂଚନା ଦେଇଛନ୍ତି । ଦୂତି ଚାନ୍ଦ କହିଛନ୍ତି ଟୋକିଓ ଅଲିମ୍ପିକ୍ସ-୨୦୨୦ ସମୟରେ ୨ଜଣ ବ୍ୟକ୍ତି ସୁଧାଂଶୁ ରାଉତ୍ ଓ ପ୍ରଦୀପ ପ୍ରଧାନ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ନକାରାତ୍ମକ ଟିପ୍ପଣୀ ଦେଇ ମୋ ବିରୋଧରେ ଲେଖି ଚାଲୁଥିଲେ। ସେଥିପାଇଁ ମୋର ୧୦୦/୨୦୦ ମିଟର ପ୍ରତିଯୋଗିତାରେ ଏକାଗ୍ରତା କରି ପାରିଲିନି। ତେଣୁ ମୋ ଖେଳରେ ତାହା ବାଧା ସୃଷ୍ଟି ହେଲା। ସେମାନେ ମୋ ସହିତ ମୋ କୋଚ ଓ ପୃଷ୍ଠପୋଷକଙ୍କୁ ମଧ୍ୟ ବଦନାମ୍ କରିଛନ୍ତି। ମୋ ବ୍ୟକ୍ତିଗତ ଜୀବନ ଓ ଖେଳ ଜୀବନକୁ ମିଶେଇବା କଣ ଦରକାର ଥିଲା ବୋଲି କହିଛନ୍ତି ।

Related posts

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews

ମଦ ନିଶା ନେଲା ପୁଅର ଜୀବନ

mahabharatanews

ଅମିତାଭଙ୍କ ଘରେ ବୋମା ମାଡ ଧମକ

mahabharatanews