ଓଡିଶା

ସୋର ସବଜେଲରେ ଚାଲିଛି ଅମାନବୀୟ କାଣ୍ଡ

ସୋର: ସୋର ସବଜେଲରେ ଚାଲିଛି ଅମାନବୀୟ କାଣ୍ଡ । ଜିଲ୍ଲା ସବଜେଲରେ କଏଦୀଙ୍କୁ ଅମାନବୀୟ ନିର୍ଯାତନା ଦିଆଯିବା ସହ ମରଣାନ୍ତକ ମାଡ ଦିଆଯାଉଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଜେଲ କର୍ତ୍ତୃପକ୍ଷଙ୍କ ନାମରେ ଏହି ସଂଘାତିକ ଅଭିଯୋଗ ସବୁ ହୋଇଛି । ସେହିପରି କଏଦୀମ।।ନେ ଜେଲରେ ନିମ୍ନମାନର ଖାଦ୍ୟ ନେଇ ଅଭିଯୋଗ କରିଛନ୍ତି । ଭିଡିଓରେ ଜଣେ କଏଦୀ ଜେଲ କର୍ମଚାରୀଙ୍କ ଦ୍ୱାରା ନିର୍ଯାତନାର ପ୍ରମାଣ ଦେଇଛନ୍ତି ତାଙ୍କ ଶରୀରରେ ହୋଇଥିବା କ୍ଷତକୁ ଦେଖାଇ । ଏଥିସହ ଜେଲ ଅଧିକାରୀ ସେମାନଙ୍କୁ ହତ୍ୟା ଧମକ ମଧ୍ୟ ଦେଉଥିବା ପରି କଏଦୀ ଜେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।
ତେବେ ଏହି ଅଭିଯୋଗକୁ ସବଜେଲର ପ୍ରିୟମ୍ବଦା ପଣ୍ଡା ଖଣ୍ଡନ କରିଛନ୍ତି । ପଣ୍ଡା କହିଛନ୍ତି, ଆମ କର୍ମଚାରୀଙ୍କ ଦ୍ୱାରା କୌଣସି କଏଦୀଙ୍କୁ ମାଡମାରନ୍ତି ନାହିଁ । ଆମ ଜେଲରେ କଏଦୀ ସମ୍ପୂର୍ଣ୍ଣ ନିରାପଦ । କଏଦୀଙ୍କ ଜୀବନ ପ୍ରତି କୌଣସି ପ୍ରକାରର ବିପଦ ନାହିଁ । ପଣ୍ଡା ଆହୁରି କହିଛନ୍ତି, ଜେଲରେ ଉନ୍ନତମାନର ଖାଦ୍ୟ ଯୋଗାଯାଉଛି ସରକାରୀ ନିୟମ ଅନୁଯାୟୀ । ସେହିପରି, ଗତଜୁନରେ ହୋଇଥିବା ଅଣ୍ଡରଟ୍ରାଏଲରେ ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉପରେ ଜେଲର କହିଛନ୍ତି, ଯାଞ୍ଚରୁ ଜଣାପଡିଛି, କଏଦୀ ଆତ୍ମହତ୍ୟା କରିଛନ୍ତି ।

Related posts

ଖସୁଛି ପାରଦ 

mahabharatanews

ଶ୍ରୀକ୍ଷେତ୍ର ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

mahabharatanews

ଓଡିଶାରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟ। ୨ହଜାର ନିକଟତର

mahabharatanews