ଓଡିଶା

ଜୀବନ ହାରିଲେ ଇକମୋ ଚିକିତ୍ସାରେ ଯାଇଥିବା ଅଭିଷେକ ମହାପାତ୍ର

(ଭୁବନେଶ୍ୱର): ଜୀବନ ସହ ସଂଗ୍ରାମ କରି କରି ଶେଷରେ ହାରିଗଲେ ଭଦ୍ରକର ଅଭିଷେକ ମହାପାତ୍ର । କରୋନାରେ ଗୁରୁତର ହୋଇ ଦୀର୍ଘ ୩ ମାସ ହେଲା କୋଲକାତାରେ ଇକ୍ମୋ ଚିକିତ୍ସା ଚାଲିଥିଲା ଅଭିଷେକଙ୍କର । ତେବେ ସୂଚନା ଅନୁଯାୟୀ ଗତକାଲି ରାତି ୧୦ଟା ୪୫ରେ ଅଭିଷେକ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ଏହି ସୂଚନା ଦେଇଛନ୍ତି ଅଭିଷେକଙ୍କ ମାମୁଁ ପୁଅ ଭାଇ ରୋଶନ ମହାନ୍ତି । ବାପା, ମା’ଙ୍କର ଏକ ମାତ୍ର ପୁଅ ଅଭିଷେକ । ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଅଭିଷେକ ମହାପାତ୍ର ସିଭିଲ୍ ଇଞ୍ଜିନିୟର ଭାବେ ଉମାନ୍ରେ କାମ କରୁଥିଲେ । ମାର୍ଚ୍ଚ ୨୫ ତାରିଖରେ ବାହା ହେବା ପାଇଁ ଘରକୁ ଆସିଥିବା ବେଳେ ମେ ୫ ତାରିଖରେ ତାଙ୍କର ବିବାହ ହୋଇଥିଲା । ବିବାହର ୮ ଦିନ ପରେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହୋଇଥିଲା ଓ ପରେ ତାଙ୍କର କୋଭିଡ୍ ଟେଷ୍ଟ ପଜିଟିଭ ଆସିଥିଲା । ତେବେ ଅଭିଷେକଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ୨୩ଦିନ ଆଇସିୟୁରେ ଚିକିତ୍ସା ହେବା ପରେ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟ ଅବସା୍ଥରେ କୌଣସି ସୁଧାର ନ ଆସିବାରୁ ଡାକ୍ତର ତାଙ୍କୁ ଇସିଏମ୍ଓ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ । ତେବେ ପରେ ବହୁ ବାଧା ବିଭିନ୍ନ ଓ ଅର୍ଥ ଅଭାବ ସତ୍ୱେ କିଛିି ସମାଜସେବୀ ଓ ସାଧାରଣ ଲୋକଙ୍କ ସହାୟତାରେ ଜୁନ ୯ ତାରିଖରେ ତାଙ୍କୁ ଏୟାଲିଫ୍ଟ କରି କୋଲକାତା ନିଆଯାଇଥିଲା । ସେଠାରେ ପ୍ରାୟ ୩ମାସର ଚିକିତ୍ସା ପରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟଥିବା ସୂଚନା ରହିଛି ।

Related posts

ପୋଟେରୁ କେନାଲ ଡିଭିଜନରେ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ – ୨୦୨୬ ଉଦ୍‌ଘାଟିତ

mahabharatanews

ପ୍ରେମିକକୁ ହତ୍ୟା ଘଟଣାରେ ୧୪ ଜଣ ଅଭିଯୁକ୍ତ ଗିରଫ

mahabharatanews

ବିରଜୁଙ୍କ ନାମ ଅନ୍ତ୍ୟୋଦୟ ଯୋଜନାରେ ଉଠିଲା

mahabharatanews