ଓଡିଶା

କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ ! STF କବଜାରେ ବିଟେକ ଛାତ୍ର

(ଭୁବନେଶ୍ୱର / ଆଦର୍ଶ ରାଉତ) ; ରାଜଧାନୀରେ ପୁଣି ଧଳାଜହର ଜବତ । ଦିନକୁ ଦିନ ବୃଦ୍ଧି ପାଉଛି ଧଳା ଜହର କାରବାର । ଥମିବାର ନାଁ ଧରୁନି ଧଲା ଜହର କାରବାର । ଆଜି ଖୋର୍ଦ୍ଦାଜିଲ୍ଲା କୁମ୍ଭାରବସ୍ତ ପେଟ୍ରୋଲ ପମ୍ପ ନିକଟରୁ ବ୍ରାଉନ ସୁଗାର ଜଜବତ କରିଥିବା ବେଳେ ଏହି ଅଭିଯୋଗରେ ଜଣେ ବିଟେକ ଛାତ୍ର ମନୋରଞନ ଦାସକୁ ଗିରଫ କରିଛି STF । ସୂଚନା ଅନୁଯାୟୀ ବ୍ରାଉନସୁଗାର କାରବାର ନେଇ STF କୁ ପୂର୍ବରୁ ସୂଚନା ମିଳିଥିଲା । ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ବିଟେକ ଛାତ୍ରକୁ ଗିରଫ କଲା STF । ପୂର୍ବ ଯୋଜନା ମୁତାବିକ ଖୋର୍ଦ୍ଧା କୁମ୍ଭାରବସ୍ତ ପେଟ୍ରୋଲ ପମ୍ପ ନିକଟରୁ ଜଣେ ବିଟେକ ଛାତ୍ରକୁ ଅଟକ ରଖିଥିଲା । STF ଛାନଭିନରୁ ତାଙ୍କ ନିକଟରୁ ୧ କିଲୋ ୩୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଏହାସହିତ ତାଙ୍କ ନିକଟରୁ ଗୋଟିଏ ବାଇକ ମଧ୍ୟ ଜବତ ହୋଇଛି ।

Related posts

ଜିତୁଙ୍କ ‘ବଲ୍ଲେ ବଲ୍ଲେ ଢ଼ାବା’ରେ ଲାଗିଲା ଲଟକା

mahabharatanews

ଅଂଶୁଘାତ ପାଇଁ ଚାଲିଗଲା ଯୁବକ ଜୀବନ,ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର

mahabharatanews

ଜେସିବି ଜାଳିଦେଲେ ନକ୍ସଲ

mahabharatanews