ଓଡିଶାଶିକ୍ଷା

ବଦଳିଲା +୩ ନାମ ଲେଖା ତାରିଖ

(ଭୁବନେଶ୍ୱର) ; ବଦଳିଲା +୩ ନାମଲେଖା ପ୍ରକ୍ରିୟା ତାରିଖ । ଉଚ୍ଚଶିକ୍ଷା ବିଭାଗ ନାମଲେଖା ପ୍ରକ୍ରିୟାରେ ପୂର୍ବରୁ ଧାର୍ୟ୍ୟ ହୋଇଥିବା ତାରିଖରେ ସାମାନ୍ୟ ପରିବର୍ତ୍ତନ କରିଛି । ରାଜ୍ୟର ବିଭିନ୍ନ ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜରେ +୩ରେ ନାମ ଲେଖା ଆବେଦନ ପାଇଁ ଶନିବାର ରାତି ୧୧ଟା ୪୫ ଶେଷ ସମୟ ରହିଥିବା ବେଳେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୦୨୨ ଡିଗ୍ରୀ କଲେଜ ପାଇଁ ଶୁକ୍ରବାର ସନ୍ଧ୍ୟା ସୁନ୍ଧା ୨ ଲକ୍ଷ ୪୫ ହଜାର ୯୬୮ ଜଣ ପଞ୍ଜୀକରଣ କରିଛନ୍ତି । ପ୍ରଥମ ମେଧା ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କ ରିପୋର୍ଟିଂ ୧୧ ତାରିଖ ପରିବର୍ତ୍ତେ ୧୩ ତାରିଖରୁ ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି କରାଯାଇଛି । ରିପୋର୍ଟିଂ ଶେଷ ଦିବସ ୧୫ ତାରିଖ ପରିବର୍ତ୍ତେ ୧୬ ତାରିଖ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ କରିଦିଆଯାଇଛି ।ସେହିପରି ପ୍ରଥମ ପର୍ୟ୍ୟାୟ ନାମଲେଖାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ୧୩ ତାରିଖରୁ ୧୬ ତାରିଖ ରାତି ୧୧ଟା ୪୫ ସ୍ଲାଇଡ୍ ଅପ୍ ଅପ୍ସନ୍ରେ ଅପଡେଟ୍ କରିପାରିବେ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗତ ମାସରେ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଆସନ୍ତା ୯ ତାରିଖ ଦିନ ୧୧ଟା ୪୫ରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ସେହିପରି ୨୧ରେ ଦ୍ୱିତୀୟ ପାସ୍ ହାର ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related posts

ମୋ ଝିଅ ଭବିଷ୍ୟତ ନଷ୍ଟକାରୀକୁ ଦଣ୍ଡ ମିଳୁ

mahabharatanews

୩୧ରେ ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ

mahabharatanews

ସମର୍ପିତ ପକ୍ଷରୁ ନିଆରା ଦୀପାବଳୀ କାର୍ଯ୍ୟକ୍ରମ: ବାଣ ନୁହେଁ ଫୁଟିଲା ହସ

mahabharatanews