ଓଡିଶା

ସ୍କ୍ରବ୍ ଟାଇଫସ୍ ଆତଙ୍କ ; ସୁନ୍ଦରଗଡ଼ରେ ସଂଖ୍ୟା ୨୭୨କୁ ବୃଦ୍ଧି

(ଭୁବନେଶ୍ୱର) : ସାରା ରାଜ୍ୟରେ ଡେଙ୍ଗୁ ପରେ ବର୍ତ୍ତମାନ ସ୍କ୍ରବ୍ ଟାଇଫସ୍ ଚିନ୍ତା ବଢାଇ ଦେଇଛି । ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୯ଆକ୍ରାନ୍ତ । ଏହା ପରେ ସୁନ୍ଦରଗ଼ଡରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୨କୁ ବୃଦ୍ଧି ପାଇଛି । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାନୁଯାୟୀ , ତେବେ ସାମାନ୍ୟ ଜ୍ୱର କିମ୍ବା ସେପରି କୌଣସି ଲକ୍ଷଣ ଦେଖାଗଲେ ସ୍କ୍ରବ ଟାଇଫସ ଟେଷ୍ଟ କରିବା ପାଇଁ କୁହାଯାଇଛି । ସ୍କ୍ରବ ଟାଇଫସ ରୋଗୀଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ଔଷଧ ଏବଂ ଡାକ୍ତର ରହିଛନ୍ତି । ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁ ମଧ୍ୟ ରହିଛି । ଗାଁ ଗାଁରେ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଉଥିବା ବେଳେ ବିଭିନ୍ନ ଛକ ଓ ହାଟ ମାନଙ୍କରେ ପାଲା ମାଧ୍ୟମରେ ସ୍କ୍ରବ ଟାଇଫସ ରୋଗର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ସଚେତନ କରାଯାଉଛି ।

Related posts

ଶୁଭଲକ୍ଷ୍ମୀ ସସପେନ୍ସ ; ସାମ୍ନାକୁ ଆସିଲା ବ୍ୟବଛେଦ ରିପୋର୍ଟ 

mahabharatanews

ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ; 8 ଟି ପ୍ରସ୍ତାବରେ ବାଜିବ ମୋହର

mahabharatanews

୨୮ ରୁ ହଟ୍ ଓ୍ବେଦର କଣ୍ଡିସନ

mahabharatanews