ଓଡିଶା

ଆସନ୍ତା କାଲି ପୋରା ଉଆଁସ ପର୍ବ

(ଓମ ପ୍ରକାଶ ମିଶ୍ର / ସୋନପୁର) ; ଆସନ୍ତା କାଲି ପୋରା ଉଁଆସ ପର୍ବ । ଚଳିତ ବର୍ଷ ପାଇଁ ବିକ୍ରି ହେଲାଣି ଟେରାକୋଟାରେ ତିଆରି କୁଣ୍ଡିକାଞ୍ଚି,ହନୁମାନ ଓ କାଠରେ ତିଆରି ଘୋଡ଼ା ଓ ହାତୀ। ସପ୍ତପୁରୀ ଅମାବାସ୍ୟା ଅର୍ଥାତ ପୋରା ଉଁଆସ । ସେଥିପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବଜାରରେ,ଘୋଡାଘାଟ ପଡା, ମହାରଣା ପଡା ରେ ମାଟିରେ ତିଆରି ଜିନିଷ ଜୋର ସୋରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା ।ଆସନ୍ତା କାଲି ଛୋଟ ଛୋଟ ଝିଅ ପିଲାମାନେ କୁଣ୍ଢିକାଞ୍ଚି ଖେଳ ଓ ପୁଅ ପିଲାମାନେ ରାସ୍ତାରେ କାଠରେ ତିଆରି ହାତୀ,ଘୋଡ଼ା, ବୁଲାଇ ଆଣି କୁଣ୍ଢିକାଞ୍ଚି ଖେଳୁଥିବା ଝିଅ ଭଉଣି ମାନଙ୍କ ପାଖରେ ଯାଇ ହାତୀ ଘୋଡ଼ା ମାନଙ୍କ ପାଇଁ ଖାଇବାକୁ ମାଗନ୍ତି। ସନ୍ଧ୍ୟାରେ ମାଟିରେ ତିଆରି ହନୁମାନ ଲାଞ୍ଜରେ ନିଆଁ ଲଗେଇ ଜୟ ବୀର ହନୁମାନ ନାରାଦେଇ ଘରକୁ ଘର ରାସ୍ତା ଉପରେ ବୁଲିଥାନ୍ତି।ଏହି ଖେଳଟି କାହିଁ କେତେ ବର୍ଷରୁ ବା ରାଜାରାଜୁଡା ଅମଳରୁ ଚାଲିଛି ବୋଲି ବୁଦ୍ଧିଜୀବୀ, ସମାଜସେବୀ, ଆଇନଜୀବୀ ଜିଲ୍ଲା ପ୍ରତିନିଧି ମାନେ ସୂଚନା ଦେଇଛନ୍ତି।

 

Related posts

କେନ୍ଦ୍ର ନିର୍ଦ୍ଦେଶ କ୍ରମେ ମାସ୍କ କିଣାଯାଇଛି: ସ୍ୱାସ୍ଥ୍ୟମନ୍ତ୍ରୀ

mahabharatanews

ପିସି ନଦେଲେ ମୁନ୍ସୀପାଲିଟିରେ ହେଉନି କାମ

mahabharatanews

ଆସନ୍ତାକାଲି ଶପଥ ନେବେ ନୂଆ ମନ୍ତ୍ରୀ

mahabharatanews