ଓଡିଶା

ଉପନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

(ଜୟନ୍ତ କୁମାର ସେଠୀ / ଗୋପ) ; ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୁରୀ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନିର୍ବାଚନ ଅଧିକାରୀ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ ଯୋଗଦେଇଥିଲେ। ନିସ୍ପତ୍ତି ଅନୁସାରେ ଆଗାମୀ ନିର୍ବାଚନ ପ୍ରଚାରରେ କୌଣସି ବାଇକ୍ କିମ୍ବା ସାଇକେଲ ଶୋଭାଯାତ୍ରା ହୋଇପାରିବ ନାହିଁ। ଦଳୀୟ ପ୍ରଚାର ବୈଠକରେ ସର୍ବାଧିକ ୨୦୦ଲୋକ କିମ୍ବା ବସିବା କ୍ଷମତାର ୩୦ପ୍ରତିଶତ ସାମିଲ ହୋଇପାରିବେ। ଷ୍ଟାର ପ୍ରଚାରକଙ୍କ ସହ ଏକ ହଜାର ଲୋକ କିମ୍ବା ବସିବା କ୍ଷମତାର ସର୍ବାଧିକ ପଚାଶ ପ୍ରତିଶତ ଲୋକ ଯୋଗ ଦେଇପାରିବେ। ଜାତୀୟ ଦଳ ପାଇଁ ଷ୍ଟାର ପ୍ରଚାରକ ୨୦ଜଣ ଓ ଅଣ ପଞ୍ଜିକୃତ ଦଳ ପାଇଁ ଦଶ ଜଣ ରହି ପାରିବେ। ଆଦର୍ଶ ଆଚରଣ ବିଧି ଉଲଂଘନ ପାଇଁ ଜାରି ହୋଇଛି ଏକ ଟୋଲଫ୍ରୀ ନମ୍ବର। ୧୯୫୦କୁ ଫୋନ କରି ଅଭିଯୋଗ କରିପାରିବେ। ସେପଟେ ଉପନିର୍ବାଚନ ପାଇଁ ଦଶଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୨ଲକ୍ଷ ୨୯ ହଜାର ୯୯୮ଭୋଟର ମତଦାନ କରିବେ। ୩୪୮ଟି ବୁଥ ଥିବା ବେଳେ ୧୫ଟି ମଡେଲ ବୁଥ କରାଯାଇଛି । ପିପିଲି ନିର୍ବାଚନ ମଣ୍ଡଳିରେ ମୋଟ ୧୦୨ଟି ଅତି ସମ୍ବେଦନଶୀଳ ବୁଥ ରହିଥିବା ବେଳେ ୭୩ଟି ସମ୍ବେଦନଶୀଳ ବୁଥ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

 

Related posts

ତୃତୀୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ

mahabharatanews

ରଘୁନନ୍ଦନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି, ରାସ୍ତାକୁ ଓହ୍ଲାଇଲା ସାମ୍ବାଦିକ ସଂଘ

mahabharatanews

କଟକ ଏସ୍ପିଙ୍କୁ ଓଏଚ୍ଆସିଙ୍କ ରିପୋର୍ଟ ତଲବ

mahabharatanews