ଓଡିଶା

ସ୍ବଳ୍ପ ସଞ୍ଚୟ ବିଭାଗ ତରଫରୁ ଆର୍ଥିକ ସାକ୍ଷରତା ଶିବିର

ସୁବର୍ଣ୍ଣପୁର / ଓମପ୍ରକାଶ ମିଶ୍ର: ସୁବର୍ଣ୍ଣପୁର ଜିଲ୍ଲା ସ୍ବଳ୍ପ ସଞ୍ଚୟ ବିଭାଗ ତରଫରୁ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବୀରମହାରାଜପୁର ବ୍ଲକ ସୁବଳୟା ଶ୍ରୀକ୍ରିଷ୍ଣା କଲ୍ୟାଣ ମଣ୍ଡପ ଠାରେ ଏହି ଶିବିରର ଅୟୋଜନ ହୋଇଯାଇଛି । ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ହରିଚରଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ବୀରମହାରାଜପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆ ମୁଖ୍ୟଅତିଥି, ମୁଖ୍ୟବକ୍ତା ଭାବରେ ସୁବଳୟା କଲେଜ ଅଧ୍ୟକ୍ଷ ଭୋଳାନାଥ କର୍ମୀ, ସମ୍ମାନିତ ଅତିଥିଭାବରେ ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର ଯୋଗଦେଇ ଅର୍ଥ ସଞ୍ଜୟର ଗୁରୁତ୍ୱ ଓ ଦେଶ ବିକାଶ ଦିଗରେ ଭୂମିକା ସମ୍ପର୍କରେ ଲୋକ ମାନଙ୍କୁ ସଚେତନତା କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସୁବଳୟା ସମବାୟ ସମିତି ସଭାପତି ଲଳିତ କୁମାର ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ ।

 

Related posts

ଉର୍ଦ୍ଧୁ ଏକାଡେମୀର ମନମୁଖୀ କାର୍ୟ୍ୟସୂଚୀକୁ ନେଇ ସାମ୍ବାଦିକ ସମ୍ମିଳନୀ

mahabharatanews

ଦେଶରେ ୭୪୨୪୧୭ ଜଣ କରୋନାରେ ଆକ୍ରାନ୍ତ

mahabharatanews

ସୁନି ଜାମିଆ ମସଜିଦ ଇସ୍ଲାମ ସଂଘ ଓ ଜିଲ୍ଲା ରେଡ଼କ୍ରସ ତରଫରୁ ରକ୍ତଦାନ ଶିବିର

mahabharatanews