ଅପରାଧ

ଓଡ଼ିଆ ଯୁବକଙ୍କୁ ସଙ୍ଘବୋଧ ଆକ୍ରମଣ ପରେ ମୃତ୍ୟୁ

ରାଇରଙ୍ଗପୁର/ ସତ୍ୟନାରାୟଣ ପାଳ: ଝାରଖଣ୍ଡରେ କାର୍ୟ୍ୟରତ ଓଡ଼ିଆ ଯୁବକଙ୍କୁ ସଙ୍ଘବୋଧ ଆକ୍ରମଣ ପରେ ଯୁବକଙ୍କ ମୃତ୍ୟୁ।ଏପରି ଅଭାବନୀୟ ଘଟଣା ଘଟିଛି ଜାମସେଦପୁର ସ୍ଥିତ ସୁନ୍ଦର ନଗର ଅଞ୍ଚଳରେ। ମୃତକ ହେଲେ ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ହେଁସଡା ପଂଚାୟତ କୁଚେଇପାଳର ବାଇଦୁ ସୟ(୩୪)।
ସୂଚନା ଅନୁଯାୟୀ, ବାଇଦୁ ଜାମସେଦପୁରର ୱେବକୋ କମ୍ପାନୀରେ ଚାକିରି କରୁଥିଲେ ବାଇଦୁ। ଗତକାଲି ଦିନ ୧୦ଟାରେ ବାଇଦୁଙ୍କ ମୋବାଇଲରୁ ଏକ କଲ ପରିବାର ଲୋକଙ୍କ ପାଖକୁ ଆସିଥିଲା । ଘଣ୍ଟାଏ ଭିତରେ ଆସି ବାଇଦୁକୁ ନେଇ ଯାଅ ନହେଲେ ତମ ପୁଅକୁ ଆଉ ପାଇବ ନାହିଁ। ପରିବାର ଲୋକେ ଭୟଭୀତ ଅବସ୍ଥାରେ ସୁନ୍ଦର ନଗର ଅଞ୍ଚଳର ନୀଳ ଡୁଙ୍ଗୁରି ଅଞ୍ଚଳରେ ପହଁଚି ବାଇଦୁଙ୍କୁ ରକ୍ତ ଜୁଡୁବୁଡୁ ଓ ଅଚେତ ଅବସ୍ଥାରେ ପାଇଥିଲେ।ସ୍ଥାନୀୟ ଲୋକେ ତାଙ୍କୁ ଶୀଘ୍ର ସେଠାରୁ ନେଇ ଯିବାକୁ କହିବାରୁ ପରିବାର ଲୋକେ ରାଇରଙ୍ଗପୁର ହସ୍ପିଟାଲକୁ ନେଇ ଆସିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ରେଫର କରା ଯାଇଥିଲା କିନ୍ତୁ ବାରିପଦା ଯିବା ପୂର୍ବରୁ ଭୋର ସମୟରେ ବାଇଦୁଙ୍କ ମୃତ୍ୟୁ ହୋଇଯାଇଛି।ତେବେ ବାଇଦୁଙ୍କୁ କିଏ ଓ କାହିଁକି ହତ୍ୟା କଲା ଜଣାପଡି ନ ଥିଲାବେଳେ ପରିବାର ଲୋକେ ମଧ୍ୟ ଖବର ଲେଖା ଯିବା ପର୍ଯ୍ୟନ୍ତ ଥାନାରେ କୌଣସି ଲିଖିତ ଅଭିଯୋଗ କରି ନାହାଁନ୍ତି। ତେବେ ତଦନ୍ତ ହେଲେ ପ୍ରକୃତ କଥା ସାମ୍ନା କୁ ଆସି ପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

 

Related posts

କୁଡାସିଂହା ଡକାୟତି ମାମଲାରେ ୭ ଗିରଫ

mahabharatanews

ବେଆଇନ ମଦ କାରଖାନା ଠାବ,କଞ୍ଚାମାଲ ଜବତ

mahabharatanews

ହାତୀନଦୀରେ ବୁଡି ନାବାଳିକାର ମୃତ୍ୟୁ

mahabharatanews