ଓଡିଶା

ପୋଖରିରେ ବାପା ଝିଅଙ୍କ ସଲିଳ ସମାଧି

ନୂଆପଡା: ଖୁସିରେ ବାପା ଝିଅ ଗାଧେଇବାକୁ ପୋଖରିକୁ ଯାଇଥିଲେ । ହେଲେ ଏହି ଗାଧେଇବା ହେଲା ଶେଷ ଗାଧୁଆ । ପୋଖରିରେ ଉଭୟ ବାପା ଝିଅ ନେଲେ ସଲିଳ ସମାଧି । ଏପରି ଦୁଃଖଦ ଘଟଣା ଘଟିଛି ନୂଆପଡା ଜିଲ୍ଲା ଏନଏସି ଅନ୍ତର୍ଗତ ସାଲେଭଟା ଗ୍ରାମରେ । ଉଭୟଙ୍କ ମୃତଦେହକୁ ପୋଖରିରୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ଏନଏସି ଅନ୍ତର୍ଗତ ସାଲେଭଟା ଗ୍ରାମର ଜନୈକ ବ୍ୟକ୍ତି ନିଜ ୫ ବର୍ଷର ଝିଅ ସହ ଗାଧୋଇବାକୁ ଗାଁ ପୋଖରିକୁ ଯାଇଥିଲେ । ବହୁ ସମୟ ପର୍ଯ୍ୟନ୍ତ ସେମାନେ ଘରକୁ ନ ଫେରିବାରୁ ଘରଲୋକେ ଖୋଜାଖୋଜି କରିଥିଲେ । ପୋଖରି କୂଳରେ ଉଭୟଙ୍କ ଚପଲ ଓ ଗାମୁଛା ଦେଖି ପୋଖରିରେ ବୁଡିଯାଇଥିବା ଲୋକଙ୍କ ମନରେ ସନ୍ଦେହ ହୋଇଥିଲା ଓ ଗ୍ରାମବାସୀ ପୋଖରି ଭିତରେ ପଶି ଉଭୟଙ୍କୁ ଖୋଜିବାରୁ ସେମାନଙ୍କ ମୃତଦେହ ମିଳିଥିଲା । ଝିଅଟି ବୁୁଡିଯାଉଥିବା ବେଳେ ବାପା ତାକୁ ବଞ୍ଚାଇବାକୁ ଯାଇ ବୁଡିଯାଇଥିବା ସନ୍ଦେହ କରାଯାଉଛି ।

Related posts

ଜିନ୍ଦଲ ଗେଷ୍ଟ ହାଉସରୁ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

mahabharatanews

ପୁଲୱାମା ସହିଦ ସ୍ମୃତି ଦିବସ ପାଳିତ

mahabharatanews

ରାଜ୍ୟରେ ବର୍ଷା କମିବା ପରେ ବଢିବାରେ ଲାଗିଛି ତାପମାତ୍ରା,ଭୁବନେଶ୍ୱରର ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ

mahabharatanews