ଓଡିଶା

ଏବେ ସମୟ ପିଲାଙ୍କୁ ସୁରକ୍ଷା ଦବାର

(ଭୁବନେଶ୍ୱର): ଉଭୟ ବରଗଡ଼ ଓ ଢ଼େଙ୍କାନାଳର ୨ଟି ସ୍କୁଲରୁୁ ୩୪ଜଣ ପିଲା ପଜିଟିଭ ଚିହ୍ନଟ । ଏନେଇ ଅଭିଭାବକଙ୍କ ମନରେ ଆଶଙ୍କା ଦେଖିବାକୁ ମିଳିଛି । ହେଲେ ସ୍କୁଲ ଖୋଲାଯିବା ଦିନଠୁ ସଂକ୍ରମଣ ବଢ଼ିବ ବୋଲି ଆଶଙ୍କା ଥିବ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେହିପରି ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ପିଲାମାନେ କରୋନା କଟକଣା ପାଳନ କରିବା କଷ୍ଟକର । ସେମାନଙ୍କୁ ଅଭିଭାବକ ଏବଂ ଶିକ୍ଷକ ଉଭୟ ପରାମର୍ଶ ଦେବା ଉଚିତ । ପରିସ୍ଥିତି ବିଗିଡ଼ିଲେ ସ୍କୁଲ ବନ୍ଦ କରାଯିବ । ଏଥି ସହ ସେ କହିଛନ୍ତି ପିଲା ମାନଙ୍କୁ ସୁରକ୍ଷା ଦେବା ପ୍ରଥମିକ ଦାୟିତ୍ୱ ଅଭିଭାବକଙ୍କର । ସେମାନେ କିଛି ଲୁଚାଇବା କଥା ନୁହେଁ । ପିଲାଙ୍କର ଜଦି କାଶ, ଥଣ୍ଡା ହେଲେ ତୁରନ୍ତ ଡାକ୍ତରଙ୍କ ସହାର୍ଯ୍ୟ ନିଅନ୍ତୁ । ତେବେ ହିଁ ସରକାରଙ୍କ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ । ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ଅକ୍ସିଜେନ ସିଲିଣ୍ଡର ଅଛି । ବହୁ ଜାଗାରେ ଅକ୍ସିଜେନ ପ୍ଲାଟ କାମ ଚାଲିଛି ।ତୃତୀୟ ଲହର ଆସିଲେ ତାର ମୁକାବିଲା କରାଯାଇ ପାରିବ ।

Related posts

ବିଦେଶରୁ ଫେରି ଯୁବକ କ୍ୱାରେଣ୍ଟାଇନରେ

mahabharatanews

ବନ୍ଦ ଘରୁ ମହିଳା ଡାକ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

mahabharatanews

ବ୍ରହ୍ମପୁର ଗଣବଳାତ୍କାର; ୫ କଲେଜ ଛାତ୍ରଙ୍କୁ କୋର୍ଟ ଚାଲାଣ 

mahabharatanews